ପ୍ରୟାସ କ୍ଲାସେସର ପ୍ରବେଶିକା ପରୀକ୍ଷା : ପଶ୍ଚିମବଙ୍ଗ, ଛତିଶଗଡ ସମେତ ରାଜ୍ୟର ୨୮ଜିଲାରୁ ଭାଗନେଲେ ୨୪୨୫ ଛାତ୍ରଛାତ୍ରୀ – ୨୯ରେ ପ୍ରକାଶ ପାଇବ ଫଳାଫଳ

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କୋରାଇ ବ୍ଲକ ତଣ୍ଡରା ସ୍ଥିତ ପ୍ରୟାସ କ୍ଲାସେସ୍‌ର ସର୍ବଭାରତୀୟ ଡାକ୍ତରୀ ଶିକ୍ଷାର ପ୍ରବେଶିକା (ନିଟ୍) ପରୀକ୍ଷା ନିମନ୍ତେ ଶିକ୍ଷାଲାଗି ଆଜି ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥ‌ିରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ ସମେତ ରାଜ୍ୟର ୨୮ଜିଲାରୁ ୨୪୨୫ ପରୀକ୍ଷାର୍ଥୀ ଯୋଗଦେବା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ୨୦୧୬ ମସିହାରେ ପ୍ରଥମେ ବ୍ୟାସନଗର ସହରରେ ପ୍ରତିଷ୍ଠିତ ହୋଇଥିବା ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନ ଭାବେ ସାରା ଓଡିଶାରେ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାତ୍ୟତା ହାସଲ କରିଥିବାବେଳେ ଡାକ୍ତର ସୃଷ୍ଟିର କାରଖାନା ଭାବେ ରାଜ୍ୟବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି ।

ବୈପ୍ଳବିକ ଭାବେ ଶୈକ୍ଷିକ ସମାଧନ କରୁଥିବା ଏହି ଅନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ଅଭିଭାବକ ଓ ଛାତ୍ରୀଛାତ୍ରୀଙ୍କ ପ୍ରଥମ ପସନ୍ଦଭାବେ ପ୍ରୟାସ ପାଲୋଟିଛି । ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରାଥମିକତା ଦେଇ ପ୍ରୟାସ ପ୍ରବେଶିକା ପରୀକ୍ଷା ଲାଗି ଆଜି ରାଜ୍ୟର ୪ଟି ସ୍ଥାନରେ କେନ୍ଦ୍ର କରିଥିଲା । ଏଥୁରେ ଯାଜପୁର ଜିଲା କୋରାଇ ବ୍ଲକର ତଣ୍ଡରା ସ୍ଥିତ ପ୍ରୟାସ କ୍ଲାସେସ କେନ୍ଦ୍ରରେ ୧୨୦୦ ଜଣ, ବାଲେଶ୍ଵର କ୍ଲାସେସ କନ୍ଦ୍ରରେ ୪୦୦ ଜଣ, ଭୁବନେଶ୍ୱର କେନ୍ଦ୍ରରେ ୬୦୦,

ଅନୁଗୁଳ କେନ୍ଦ୍ରରେ ୨୨୫ଜଣ ଛାତ୍ରଛାତ୍ରୀ ସୁଦୂର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ ସମତେ ଆମ ରାଜ୍ୟର ୨୮ଟି ଜିଲାରୁ ମୋଟ ୨୪୨୫ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ଏହି ଶିକ୍ଷା ଲାଗି ମୋଟ ୨୫୦ ଜଣ ପିଲାଙ୍କୁ ନିଆଯିବାକୁ ବ୍ୟବସ୍ଥା ରହିଥିଲା ବେଳେ ଆସନ୍ତା ୨୯ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ । ପରେ କୃତୀ ଛାତ୍ରଛାତ୍ରୀ ନାମ ଲେଖାଯିବା ସହ ଜୁଲାଇ ମାସରୁ ପାଠପଢା ଆରମ୍ଭ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚିତହୋଇଛି ।

ପିଲାମାନଙ୍କୁ ସଫଳ ମଣିଷ ସୃଷ୍ଟିକରିବାର ଅକ୍ଳାନ୍ତା ଚେଷ୍ଟା ଓ ପରିଶ୍ରମର ପ୍ରୟାସ କରୁଥିବା ‘ପ୍ରୟାସ’ ବାର୍ଷିକ ଶତାଧ୍ଵକ ଡାକ୍ତରୀଛାତ୍ର ସୃଷ୍ଟିକରିବା ସାରା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ୨୨୫ରୁ ୧୮୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବା ସହ ରାଜ୍ୟର ଟପର ହୋଇଥିବାରୁ ଏବେ ସର୍ବଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କର ଏହି ଶିକ୍ଷାନୁଷ୍ଠାନ ପ୍ରଥମ ପସନ୍ଦ ଓ ଭରଷା ଯୋଗ୍ୟ ଶିକ୍ଷାନୁଷ୍ଠାନ ହୋଇପାରିଛି । ଏହି ଅନୁଷ୍ଠାନକୁ ଜାତୀୟ ସ୍ତରରେ ଏକ ଶିକ୍ଷାହବ ଭାବେ ଗଢ଼ି ତୋଳିବାପାଇଁ ‘ପ୍ରୟାସ’ ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ ।

ବିଶେଷକରି ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଲାଗି ରୁଚିରଖୁଥ‌ିବାରୁ ‘ପ୍ରୟାସ’ ଆଗାମି ଦିନରେ ସେମାନଙ୍କ ଲକ୍ଷକୁ ପୁରଣ ଲାଗି ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ଲାଗି ପ୍ରୟାସ ତାର ପ୍ରାୟସ ଜାରିରଖୁବ ବୋଲି ଅନୁଷ୍ଠାନର ଚେୟାରମ୍ୟାନ୍ ନିହାର ରଞ୍ଜନ ଦାସ ଆମ ପ୍ରତିନିଧ‌ିଙ୍କୁ ପ୍ରତିକ୍ରିୟାରେ କହିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଚେୟାରମ୍ୟାନ୍ ନିହାର ରଞ୍ଜନ ଦାସଙ୍କ ସମେତ ଅଜୟ କୁମାର ବ୍ରହ୍ମ, ତ୍ରିଲୋଚନ ସାହୁ, ଲଳିତମୋହନ ବଳ, ସରୋଜ କୁମାର ବେହେରା, ପ୍ରୀତିରଞ୍ଜନ ବଳ, ବିଜୟ କୁମାର ବେହେରା, ଇଭା ଦାସ, ଅଭୟ କୁମାର ରଥ, ଦିଲୀପ କୁମାର ମାହାରଣ, ରଶ୍ମିତା ମିଶ୍ର ପ୍ରେମୁଖ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କହିଥିଲେ ।  

Exit mobile version