ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ – ୨୦୨୪

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ସାରିଆ ଭଗବାନ ମହତ୍ତ୍ଵ ମେମୋରିଆଲ ଟ୍ରଷ୍ଟ,ଚିଲିକା,ଖୋର୍ଦ୍ଧା ଆନୁକୂଲ୍ୟରେ ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ,ସମ୍ପାଦକ କୁନା ମହତ୍ତ୍ଵଙ୍କ ତତ୍ତ୍ୱାବଧାନରେ ବିରିବାଡ଼ିସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ରବିବାର ଦିନ ମାଟ୍ରିକ ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ, ମୁଖ୍ୟବକ୍ତା ରୂପେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର, ଓଡିଶାର ସମ୍ପାଦକ ଡ଼. ନିରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ରୂପେ ଡା. ମଧୁସୂଦନ ସେନାପତି, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ବିରିବାଡି ଗ୍ରାମ ପଂଚାୟତର ସମିତି ସଭ୍ୟ ଚରଣ ସେଣ, ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର, ଚିଲିକା ପ୍ରଗତିଶୀଳ ସୃଜନୀ ସଂସଦର ସଭାପତି ଭିକାରୀ ଚରଣ ପ୍ରଧାନ,

ଚିଲିକା ମଣ୍ଡଳ ସଂଯୋଜକ ନୀଳାଦ୍ରି ଭୂଷଣ ଦାଶ ଓ ବାଣପୁର ମଣ୍ଡଳ ସଂଯୋଜକ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ଯୋଗ ଦେଇଥିଲେ। ଟ୍ରଷ୍ଟର ସଭ୍ୟ ସୁରେଶ ଦାଶ ସ୍ୱାଗତ ଭାଷଣ ଦେଇଥିଲେ. ସଭାପତି ଶ୍ରୀ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ତାପରେ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅତିଥିମାନେ ସେମାନଙ୍କ ଅଭିଭାଷଣରେ ବଡ଼ ହେଲେ ପିତାମାତାଙ୍କର ଉପଯୁକ୍ତ ଯତ୍ନ ନେବା, ଅସତ ପଥରେ ଅର୍ଥ ଅର୍ଜନ ନ କରିବା, ସମାଜ ସେବା କରିବା, ଅଧ୍ୟବସାୟି ହେବା, ଧୂମ୍ର ଓ ମଦ୍ୟ ପାନ ନ କରିବା, ଚରିତ୍ର ନିଷ୍କଳଙ୍କ ରଖବାକୁ ଉପଦେଶ ପ୍ରଦାନ କରିଥଲେ । ବାଣପୁର ଓ ଚିଲିକା ବ୍ଲକରେ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରାନ୍ତିକା ନଂଦ ପ୍ରକାଶ ଗୁମାନସିଂହ ଓ ରୁଦ୍ର ପ୍ରଜ୍ଞାସ ଦାସଙ୍କୁ ମୁକୁଟ ପରିଧାନ କରାଇ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା ।

ଉଭୟ ବ୍ଲକର ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ ସମସ୍ତ A୧ଗ୍ରେଡ ପ୍ରାପ୍ତ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥଲା l ଉଭୟ ବ୍ଲକର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାକର୍ମୀ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ ।ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠର ମୀରାବାଇ ପ୍ରଧାନ, ଲୋକନାଥ ପାଇକରାୟ, ଅଶୋକ ବେହେରା,ସୁଧାଂଶୁ କୁମାର ଦାସ, ପ୍ରତାପ ଚନ୍ଦ୍ର ମହାପାତ୍ର ଓ ଟ୍ରଷ୍ଟର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ପରିଶେଷରେ ମୃତ୍ୟୁଞ୍ଜୟ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ .  

Exit mobile version