ବିଜେପିରେ ଯୋଗ ଦେଲେ ବିଜେଡି ଯୁବ ସଭାପତି 

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଯୁବ ସଭାପତି ତଥା ଶିଳ୍ପପତି ରବୀନ୍ଦ୍ର କୁମାର ସୁବୁଦ୍ଧି ଶନିବାରେଅନୁଷ୍ଠାନିକ ଭାବେ ଆଜି ବିଜେପିରେ ଯୋଗଦାନ କରିଅଛନ୍ତି l ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀ ସୁବୁଦ୍ଧିଙ୍କୁ ବିଜେପି ଟୋପି, ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ଦଳକୁ ସ୍ୱାଗତ କରିଅଛନ୍ତି l

ଏହି ମିଶ୍ରଣ ପର୍ବରେ ବିଜେପିର ବିଧାୟକ ପାର୍ଥି ପ୍ରକାଶ ବିଜୁଳି, ବଡ଼କୁମାରୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବରାଜ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଥାଉକି ଶ୍ରୀ ସୁବୁଦ୍ଧି ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀର ଆଗଧାଡିର ଯୁବ ନେତା ଥିବାବେଳେ ବିଜୁ ଜନତା ଦଳରେ ବିଭିନ୍ନ ନିର୍ବାଚନ ଗୁଡିକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l

ତେବେ ଶ୍ରୀ ସୁବୁଦ୍ଧି ବିଜେପି ରେ ଯୋଗଦେବା ପରେ ବିଜେଡିର ଏକ ବଡ଼ କ୍ଷତି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l ଶ୍ରୀ ସୁବୁଦ୍ଧିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେରଣାରେ ଅନୁପ୍ରାଣିତ ହୋଇ ଯୋଗ ଦେଇ ଅଛି ଏବଂ ଦଳ ପାଇଁ ନିଷ୍ଠାପର ସହିତ କାର୍ଯ୍ୟ କରି ଦଳ ତରଫରୁ ଯାହା ଦାୟିତ୍ୱ ମିଳିବ ଶୃଙ୍ଖଳା ସହିତ ପରିଚାଳନା କରିବି ବୋଲି ପ୍ରକାଶ କରିଅଛନ୍ତି l

Exit mobile version