ବୋଲଗଡ଼ ବ୍ଲକର ଉର୍ନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ  

 ବିଧାୟକଙ୍କୁ ବ୍ଲକସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା 

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅଧକ୍ଷା ହୁଲାସ ପ୍ରଧାନଙ୍କ ସଭାପତିତ୍ୱରେ,ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ଆବାହକତ୍ୱରେ ଓ ବୋଲଗଡ଼ ବ୍ଲକ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଜନକଲ୍ୟାଣ ଉର୍ନ୍ନୟନ କାର୍ଯ୍ୟ ସମୀକ୍ଷା ଏବଂ ବ୍ଲକସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜୀବ ଗାନ୍ଧୀ ସେବlକେନ୍ଦ୍ର ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି ! ବ୍ଲକ ଅଧକ୍ଷା ହୁଲାସ ପ୍ରଧାନ, ବିଡ଼ିଓ ଶରତ କୁମାର ମଲ୍ଲିକ, ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀପତି, ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,

ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ବୋଲଗଡ଼ ଓକିଲ ସଙ୍ଘ, ବୋଲଗଡ଼ ଉର୍ନ୍ନୟନ ପରିଷଦ ଓ ସମସ୍ତ ସରପଞ୍ଚ, ସମିତିସଭ୍ୟ ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ସଭ୍ୟା ସୁନନ୍ଦିତା ସାହୁ, ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ବ୍ଲକ କର୍ମଚାରୀ ଓ ସାମ୍ବାଦିକମାନେ ନୂତନ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ !

ବ୍ଲକ ଅଧକ୍ଷା ହୁଲାସ ପ୍ରଧାନଙ୍କ ଅଧକ୍ଷତାରେ ବ୍ଲକ ସ୍ତରୀୟ ଜନକଲ୍ୟାଣ ଉର୍ନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ! ପ୍ରଥମେ ବୋଲଗଡ଼ ବ୍ଲକର ସମସ୍ତ କର୍ମଚାରୀମାନେ ବିଧାୟକଙ୍କ ନିକଟରେ ନିଜନିଜର ପରିଚୟ ପ୍ରଦାନ କରି ନିଜ ବିଭାଗର ଚାଲିଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ ! ବ୍ଲକର ସମସ୍ତ କର୍ମଚାରୀମାନେ ଏକତା ଓ ସମନ୍ନୟ ରକ୍ଷା କରି ଲୋକମାନଙ୍କର ସେବା କରିବାକୁ ଏବଂ ନିର୍ବାଚିତ ସମସ୍ତ ସରପଞ୍ଚ ,

ସମିତିସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା,ୱାର୍ଡମେମ୍ବର ମାନଙ୍କୁ ସମ୍ମାନ ଦେବl ପାଇଁ ଜନପ୍ରିୟ ନୂତନ ବିଧାୟକ ପ୍ରଦୀପ କୁମାର ସାହୁ ହାତଯୋଡ଼ି ଅନୁରୋଧ କରିଥିଲେ ! ସେ କହିଥିଲେ ମୁଁ ବିଧାୟକ ନୁହେଁ , ବୋଲଗଡ଼ ମାଟିର ପୁଅ ଓ ଆପଣମାନେ ସରକାରୀ କର୍ମଚାରୀ !

ଆମ୍ଭେମାନେ ସମସ୍ତେ ମିଳି ମିଶି ବୋଲଗଡ଼ ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଘଟାଇବା ଓ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇଦେଇ ତlଙ୍କାର ପ୍ରିୟପାତ୍ର ହେବା ! ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ବିଡ଼ିଓ ଡ଼ଃ ରତିକାନ୍ତ ମିଶ୍ର ସହଯୋଗ କରି ସଂଯୋଜନା କରିଥିଲେ ! ପରିଶେଷରେ ମୁଖ୍ୟ କିରାଣୀ ଆଲୋକ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  !

Exit mobile version