ତିନିରଥ ଚରିନାହାକା ରେ ପ୍ରଥମ ଭୂଇଁ ଚଉତା ବା ଛକାଠି ବୁଲି କଣ୍ଟା ବାଡିଆ ଶେଷ

୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ସକାଳ ଘ.୮.୦୦ ଟିକା ସମୟ ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ସୁଦ୍ଧା ମୋଟ ୪୪ ଗୋଟି ଯୋକା ତିନି ରଥ ଚାରି ପାର୍ଶ୍ଵ କୋଣ ମାନଙ୍କରେ ଫିଟିଙ୍ଗ କରାଯାଇଥିଲା..)

ତିନିରଥ ଚରିନାହାକା ରେ ପ୍ରଥମ ଭୂଇଁ ଚଉତା ବା ଛକାଠି ବୁଲି କଣ୍ଟା ବାଡିଆ ଶେଷ

ଆଜି ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହୋଯୋଗରେ ତିନି ରଥ ଚାରି ନାହାକା ଗୁଡ଼ିକର ଝାଙ୍କ ସଳଖ କରା ଯାଇ ( ଚାରି ନାହାକା ଗୁଡ଼ିକୁ ସିଧା କରା ଯିବା) ପ୍ରଥମ ଭୂଇଁ ଚଉତା ବା ଛକାଠି ସଂଯୋଗ ହୋଇ କଣ୍ଟା ବାଡିଆ ଶେଷ ହୋଇଅଛି ।

ତିନି ରଥର ଚଉଦ ନାହାକା ଉଠିବା ପରେ ଛକାଠି ରେ ପ୍ରଥମ ଭୂଇଁ ର ପାଖୁଡ଼ା ସଂଯୋଗ ହେବ । ତିନି ରଥରେ ଚଉଦ ନାହାକା ଉଠିବା ପୂର୍ବରୁ ଦଣ୍ଡା ରେ ଖଦୀ ଓରା (ନଡ଼ିଆ ଗର) ଆଡକରି ପକା ଯାଇ ସେଥିରେ ସେଥିରେ କାପ ଏବଂ ବିନ୍ଧ କରାଯାଇ ସେଟିଙ୍ଗ କରାଯିବ।

ତିନି ରଥର ୧୦ ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇଥିଲା, ଆଜି ତିନି ରଥର ବାକି ୪ ଗୋଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇଅଛି।

*ଏଥିସହ ତିନି ରଥର ଚାରିଗୋଟି ଅଁଳା ରୁ ୨ ଗୋଟି ଅଁଳା ର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ଦୁଇଟି ଅଁଳା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

*ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁରୁପ ଖୋଦେଇ କାର୍ଯ୍ୟ ଜାରୀରଖିଛନ୍ତି।

*ଦୋଳ ବେଦୀ ଅସ୍ଥାୟୀ କମାର ଶାକ ରେ ଓଝା ସେବକ ମାନେ ପୋଟଳ ପାଇଁ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

*ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ଵ ଦେବ ବେବୀ ମୂର୍ତ୍ତି ରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।

ତା୨୧.୬.୨୦୨୪,ଶୁକ୍ରବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୨ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୭ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ *ଚିତ୍ରକାର ସେବକ ୫ ମୋଟ – ୨୦୬ ଜଣ 

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version