Home ଓଡ଼ିଶା ବ୍ରଜ ଆଇରନ୍ ଆଣ୍ଡ ଷ୍ଟିଲ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଜୁନ ୨୬ରେ ଖୋଲିବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବ୍ରଜ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜୁନ ୨୬ରେ ଖୋଲିବ । କମ୍ପାନି ପକ୍ଷରୁ ଏହି ଅଫରରେ ୧୭୧ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଙ୍କର ନିବେଶକମାନେ ୨୦୨୪ ଜୁନ ୨୫ ମଙ୍ଗଳବାର ବିଡ ଦାଖଲ କରିପାରିବେ । ବିଡ ଦାଖଲର ଶେଷ ତାରିଖ ୨୦୨୪ ଜୁନ ୨୮ରେ ରହିଛି । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦର ୧୯୫ ଟଙ୍କାରୁ ୨୦୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୭୨ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ସେଥିରେ ୭୨ ଲେଖାଏଁ ସେୟାର ଯୋଡ଼ିପାରିବେ । ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି, ୧) ବିଳାସପୁର କାରଖାନାର ସମ୍ପ୍ରସାରଣ ଲାଗି ଆବଶ୍ୟକ ୧୬୪.୫୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବାବଦରେ ଏବଂ ୨) ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ । ବିଳାସପୁର କାରଖାନାର ସମ୍ପ୍ରସାରଣ ଲାଗି ୧୬୪.୫୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଧାର୍ଯ୍ୟ କରାଯାଇଛି । କମ୍ପାନି ଏଚଡିଏଫସି ବ୍ୟାଙ୍କରୁ ଋଣ ହାସଲ କରି ୭୦ କୋଟି ଟଙ୍କା ବିନିଯୋଗ କରିଛି । ସେହି ଋଣକୁ ଆଇପିଓ ଜରିଆରେ ମିଳିବାକୁ ଥିବା ପାଣ୍ଠିରୁ ପରିଶୋଧ କରାଯିବ । ଅବଶିଷ୍ଟ ୯୪.୫ କୋଟି ଟଙ୍କା ମଧ୍ୟରୁ କମ୍ପାନି ନିଜସ୍ୱ ସୂତ୍ରରୁ ୩୨ କୋଟି ଟଙ୍କା ସଂଗ୍ରହ କରିବ । ଅବଶିଷ୍ଟ ୫୯.୫ କୋଟି ଟଙ୍କାକୁ ଆଇପିଓ ଜରିଆରେ ପୂରଣ କରାଯିବ । କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଂଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବ ।ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ଆର୍ଯ୍ୟମାନ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରାଶିକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ଜାରି କରାଯିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ରଖାଯିବ । ଆଙ୍କର ନିବେଶକଙ୍କ ଭାଗର ଏକ ତୃତୀୟାଂଶ ଇକ୍ୱିଟି ସେୟାର ମ୍ୟୁଚୁଆଲ ଫଣ୍ଡ ପାଇଁ ରହିବ । କ୍ୟୁଆଇବିଙ୍କ ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାର ସ୍ୱତନ୍ତ୍ର ଭାବେ ମ୍ୟୁଚୁଆଲ ଫଣ୍ଡ ଲାଗି ରହିବ । ଇସ୍ୟୁର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଅଣ ସଂସ୍ଥାଗତ ବିଡରମାନଙ୍କ ପାଇଁ ରଖାଯିବ । ତାହାର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ. Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ରାଜ୍ୟସ୍ତରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲେ ମନ୍ତ୍ର by Proprietor Abhimanyu Maharana October 13, 2026 ପାରଳାଖେମୁଣ୍ଡି ଉପକଣ୍ଠ ଦେବିତୀ ଗ୍ରାମ ନିକଟରେ ଜୟମାତାଦି କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ ୧୨ ଲକ୍ଷ ଟଙ୍କା ଜବତ ୭୦ ଗିରଫ by Proprietor Abhimanyu Maharana October 13, 2026 EESL AND THERMOGREEN COOL JOIN HANDS TO ADVANCE PASSIVE COOLING AND COOL-ROOF SOLUTIONS FOR A CLIMATE-RESILIENT INDIA by Proprietor Abhimanyu Maharana October 13, 2026 ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର by Proprietor Abhimanyu Maharana October 13, 2026 ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ - ମୋହନା by Proprietor Abhimanyu Maharana October 13, 2026 ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ… by Proprietor Abhimanyu Maharana October 13, 2026