
୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଫୁଲନଖରା -ନିଆଳୀ ରାସ୍ତା ପାର୍ଶ୍ଵସ୍ଥ ଫୁଲନଖରା ଛକ ଠାରେ ଥିବା ସକାଳ ଚା ଖଟି ପକ୍ଷରୁ ଚା ଖଟିର ସକ୍ରିୟ ସଦସ୍ୟ ହେମନ୍ତ କୁମାର ସାହୁଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଚା ଖଟିର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଆହ୍ୱାନ କ୍ରମେ ସମସ୍ତ ସଦସ୍ୟ ଉପସ୍ଥିତ ରହି,
ହେମନ୍ତଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ କେକେ କାଟି ଜନ୍ମ ଦିନର ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ତାଙ୍କର ନିରୋଗ ସ୍ୱାସ୍ଥ୍ୟ ଓ ଦୀର୍ଘୟୁ ଜୀବନ କାମନା କରିଥିଲେ । କାନନ ବିହାରୀ ନାୟକ, ସୁଧୀର ପଟ୍ଟନାୟକ ବାବାଜୀ ସାହୁ , ଟିଟନ ସାହୁ ,
ଅନିଲ କୁମାର ମହାନ୍ତି, ବିନୟ କୁମାର ଜେନା, ଶୁସିଲ ମହାନ୍ତି, ମନୋରଞ୍ଜନ ମହାନ୍ତି , କରିମ ସା, ଟୁନା ଜେନା , କୈଳସ ଚନ୍ଦ୍ର ମୁଦୁଲି , ଝରିଆ ସାହୁ ,ଗଗନ ପାଢ଼ୀ, କୃଷ୍ଣ ଚନ୍ଦ୍ର ଭୋଇ, ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ହେମନ୍ତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ ।
