ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବମୁଖର

୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଶୁକ୍ରବାର ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଚଳିତ ବର୍ଷର ଥିମ୍ ଥିଲା ନିଜ ଓ ସମାଜ ପାଇଁ ଯୋଗ।ଏହି ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ଓ ପଞ୍ଚାୟତ ସମିତି, ହିଞ୍ଜିଳିକାଟୁ ତରଫରୁ ସହର ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସହରର ବିଭିନ୍ନ ପ୍ରାନ୍ତରୁ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ବିଶେଷ ଉପସ୍ଥିତ ଥିଲେ। ମହିଳା ଯୋଗ ପ୍ରଶିକ୍ଷକ ମାନେ ବିଭିନ୍ନ ପ୍ରକାରର ଯୋଗ କୌଶଳ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ଅନୁସରଣ କରି ଉପସ୍ଥିତ ବ୍ୟକ୍ତିମାନେ ସାମୁହିକ ଯୋଗ ଅଭ୍ୟାସ କରିଥିଲେ।

ଅନୁରୂପ ଭାବେ ହିଞ୍ଜିଳିକାଟୁ ସହରରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ଏକ ମାତ୍ର ଅନୁଷ୍ଠାନ ଯୋଗ ମହୋତ୍ସବ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଶିକ୍ଷକ ତଥା ପ୍ରସିଦ୍ଧ ଯୋଗ ପ୍ରଶିକ୍ଷକ କରୁଣାକର ବାଡତ୍ୟା ବିଭିନ୍ନ ପ୍ରକାର ଯୋଗମୁଦ୍ରା ପ୍ରଦର୍ଶନ କରି ସୁସ୍ଥ ଜୀବନ ଓ ମାନସିକ ଶାନ୍ତି ପାଇଁ ଯୋଗର ଆବଶ୍ୟକତା ବାର୍ତ୍ତା ପ୍ରଦାନ କରିଥିଲେ। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି।

କଞ୍ଚୂରୁ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ସମେତ ସରକାରୀ ଶିକ୍ଷାନୁଷ୍ଠାନ, ସ୍ଵେଚ୍ଛାସେବୀ ସଂସ୍ଥା ଓ ପଞ୍ଚାୟତ ସ୍ଥିତ ଅମୃତ ସରୋବର ନିକଟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଯୋଗ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ଅଜୟ କୁମାର ମହାରଣା, ସନ୍ତୋଷ କୁମାର ପାଣିଗ୍ରାହୀ, ତହସିଲଦାର ଭିକାରୀ ସାହୁ,ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଓ ଏନ୍ ରଘୁନାଥଙ୍କ ସମେତ ପୌର ଓ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version