ବିଜେଡ଼ି ସଭାପତି ଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନେତୃମଣ୍ଡଳୀ

୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଦୁଇଥର ବିଜେତା ବିଜେଡ଼ି ର ଦକ୍ଷ ଯୁବ ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ତିନୋଟି ବ୍ଲକ୍ ର ଜନ ପ୍ରତିନିଧି, ନେତୃ ମଣ୍ଡଳୀ ଓଡ଼ିଶାର ଜନପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି । ଓଡ଼ିଶାର ସ୍ବାର୍ଥ , ବିକାଶ ଏବଂ ଜନ ସାଧାରଣ ଙ୍କ ପାଇଁ ଅହରହ କାର୍ଯ୍ୟ କରିବା ପାଇଁ ଦଶପଲ୍ଲା ବିଧାୟକ ଏବଂ ବିଜେଡ଼ି ର ଜନ ପ୍ରତିନିଧି ଏବଂ ନେତୃମଣ୍ଡଳୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜେଡ଼ି ର ଜନ ପ୍ରତିନିଧି ଏବଂ ନେତୃମଣ୍ଡଳୀ ଙ୍କ ଜୟ ନବୀନ ,ଜୟ ବିଜେଡ଼ି ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ବିଜେଡ଼ି ସୁପ୍ରିମୋ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନ ପ୍ରତିନିଧି ଏବଂ ନେତୃମଣ୍ଡଳୀ ମାନଙ୍କ ମଧ୍ୟରେ ଉତ୍ସାହ ର ଲହରୀ ଖେଳି ଯାଇଛି ।

Exit mobile version