କ୍ଲଷ୍ଟର ସ୍ତରୀୟ ଶୈକ୍ଷିକ କର୍ମଶାଳା

୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ୨୦୨୪-୨୫ଶିକ୍ଷାବର୍ଷର ପ୍ରଥମ କ୍ଲଷ୍ଟର ସ୍ତରୀୟ ଶୈକ୍ଷିକ କର୍ମଶାଳା ବୋଲଗଡ଼ ବ୍ଲକ ନୂଆସାହି ସାଧନ କେନ୍ଦ୍ର ସଂଯୋଜକ ବିଶ୍ବ ରଞ୍ଜନ ସେଠୀଙ୍କ ଆବାହକତ୍ୱରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସ ନାଥ ସ୍ବାଇଁ, ସହ ଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର, ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ,

ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବାନନ୍ଦ ନାୟକ, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପୀତବାସ ଲେଙ୍କା ଯୋଗ ଦେଇ ପ୍ରାକ ବିଦ୍ୟାଳୟ ବିଦ୍ୟାର୍ଥୀ, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉପାଦେୟତା ସମ୍ପର୍କରେ ବିଭିନ୍ନ ମତାମତ ତଥା ପରାମର୍ଶ ପ୍ରଦାନ
କରିଥିଲେ.

କର୍ମଶାଳାରେ ୯ଟି ବିଦ୍ୟାଳୟର ୧୮ ଜଣ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ତଫସିଲଭୁକ୍ତ ଜାତି ଓ ଜନଜାତି ସଂଯୋଜିକା ସୁନିତା ପଟ୍ଟନାୟକ ଏହି କର୍ମଶାଳା ପର୍ଯ୍ୟବେକ୍ଷଣ କରିବା ସହ ବିଭିନ୍ନ ଶୈକ୍ଷିକ ପଦ୍ଧତି ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ ।ଉକ୍ତ କର୍ମଶାଳାକୁ ରମେଶ ଚନ୍ଦ୍ର ସେଠୀ, ମଞ୍ଜୁବାଳା ବଳିୟାରସିଂହ, ଏସକେ ଉମର ଫାରୁକ ପରିଚାଳନା କରିଥିଲେ ।ପରିଶେଷରେ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version