ପିପିଲି ରେ ରଥଯାତ୍ରା ନେଇ ଯୋଜନା ବୈଠକ ଅନୁଷ୍ଠିତ

୨୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ଚଳିତ ବର୍ଷ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୂଙ୍କ ଘୋଷ ଯାତ୍ରା ବିଶ୍ବ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୁରୀ ରଥଯାତ୍ରା କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାତ୍ରା ବୋଲି ବିଶ୍ବ ରେ ଚର୍ଚ୍ଚା ହୁଏ। ଏହି ପୁରୀ ରଥଯାତ୍ରା ମଧ୍ୟ ଇତିହାସ ରେ ବର୍ଣ୍ଣିତ ହୋଇଅଛି। ସେହିଭଳି ଭାବରେ ସାଢେ଼ ଚାରି କୋଟିଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏବେ ପୁରୀ ଜିଲ୍ଲା କୁ ଛାଡିଦେଲେ ସବୁ ଜିଲ୍ଲା ମାନଙ୍କରେ ଏହି ପବିତ୍ର ରଥ ଯାତ୍ରା ପାଳନ କରାଯାଉଛି। ପୁରୀ ଜିଲ୍ଲାରେ ମଧ୍ୟ ଜଗନ୍ନାଥ ଙ୍କ ଏହି ପବିତ୍ର ରଥଯାତ୍ରା ବହୁ ଆନନ୍ଦରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ଦେଖିବାକୁ ଗଲେ ପୁରୀ ଜିଲ୍ଲା ପିପିଲି ଯାହା ପୁରୀ ର ଅତି ନିକଟ ରେ ରହିଛି,ଏହି ପିପିଲି ରେ ମଧ୍ୟ କାହିଁ କେଉଁ କାଳରୁ ଏ‌ଇ ରଥଯାତ୍ରା ରୀତିନୀତି ପ୍ରଥା ଅନୁସାରେ ପାଳନ ହୋଇ ଆସୁଅଛି।

ଚଳିତ ବର୍ଷ ରଥଯାତ୍ରା ଟି ଏକ ଅଲୈକିକ ଯୋଗ ଦ୍ବାରା ଯାତ୍ରା ସମ୍ପାଦନ ହେବ , କାହିଁକି ନାଁ ଗୋଟିଏ ଦିନରେ ଦେବସ୍ନାନ ପୂର୍ଣ୍ଣିମା,ଅଣସର ନୀତି, ରଥଯାତ୍ରା ପଡୁଛି।ଏହା ଆଗରୁ ମଧ୍ୟ ଆଜକୁ ୧୧୫ ବର୍ଷ ପୂର୍ବେ ଏହି ସଂଯୋଗ ପଡ଼ିଥିଲା। ତେବେ ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରା କିପରି ଭାବରେ ଶାନ୍ତି ଶୃଙ୍ଖଳା ସହିତ ହେବ ସେ ନେଇ ଆଜି ପିପିଲି ରଥଯାତ୍ରା ପରିଚାଳନା କମିଟି ମାନଙ୍କ ଦ୍ବାରା ଏକ ଯୋଜନା ବୈଠକ ତଥା ଚୂଡାନ୍ତ ନିଷ୍ପତି ନିଆଯାଇ ଶ୍ରୀ ପତିତପାବନ ମନ୍ଦିର ରେ ଏହି ସଭା ଅନୁଷ୍ଠିତ ହୋଇଥିଲା ଏହି ସଭା କାର୍ଯ୍ୟକୁ ରଥଯାତ୍ରା ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ପ୍ରଭାତ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।ସଭାରେ ସମସ୍ତ ରଥଯାତ୍ରା କମିଟି ସଭ୍ୟ ମାନେ ଯୋଗୋଦେବା ସହ ନୂତନ ସଭ୍ୟ ମଧ୍ୟ ଏହି ପବିତ୍ର କାର୍ଯ୍ୟରେ ନିୟୋଜିତ ରହି ପ୍ରଭୁଙ୍କ କାର୍ଯ୍ୟ କରିବା ପାଇଁ ସଦସ୍ୟତା ଗ୍ରହଣ କରିଛନ୍ତି।

ରଥଯାତ୍ରା ପରିଚାଳନା କମିଟି ର ପୂର୍ବ ରୁ ଯେଉଁ ସଭାପତି ଓ ସମ୍ପାଦକ ଥିଲେ ସେମାନଙ୍କୁ କାର୍ଯ୍ୟରୁ କାଢ଼ି ତାଙ୍କର ମୁଣ୍ଡରୁ ବୋଝ ଓଲାହି ବାକୁ ଚାହିଁ ଏକ ନିର୍ବାଚନ କରାଯାଇଥିଲା ହେଲେ ପୂର୍ବ ରୁ ଯେଉଁ ମାନେ ଏହି କାର୍ଯ୍ୟ ଭାର ନେଇ ଥିଲେ ସେମାନଙ୍କୁ ପୂର୍ବପରି କାର୍ଯ୍ୟଭାର ଦିଆଗଲା।ଦିବା ୧୧ ଘଟିକା ସମୟରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ ଏହି ସଭାରେ ରଥଯାତ୍ରା କିଭଳି ସୂଚାରୁରୂପେ ହୋଇପାରିବ ସେ‌ ନେଇ ସମସ୍ତ ଙ୍କ ମତ ନିଆଯାଇଥିଲା।ରଥ ଯାତ୍ରା ଦିନ ପିପିଲି ଥାନା ପକ୍ଷରୁ ସମସ୍ତ ସୁବିଧା ସହଯୋଗ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ କରାଯିବ ବୋଲି ପିପିଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ପତି ପ୍ରତିଶ୍ରୁତି ଦେଇଛନ୍ତି ଏବଂ ତାଙ୍କ ସହିତ ଓଆଇସି ମମତା ବିଶ୍ବାଳ ମଧ୍ୟ ଏହି ପବିତ୍ର ରଥଯାତ୍ରା ସୁରୁଖୁରୁରେ ସରିବ ବୋଲି କହିଛନ୍ତି।

ସେହିପରି ପିପିଲି ସିଡିପିଓ, ଅତିରିକ୍ତ ତହସିଲଦାର,ବିଦ୍ୟୁତ ବିଭାଗ,ଏନସିସି ଓ ସ୍ଵେଚ୍ଛାସେବୀ ସଂସ୍ଥା ଓ କର୍ମକର୍ତ୍ତା ମାନେ ସଂପୂର୍ଣ୍ଣ ଭାବରେ ସହଯୋଗ କରିବେ ବୋଲି ଏହି ସଭାରେ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭାରେ ପିପିଲି ର ରଥଯାତ୍ରା ପରିଚାଳନା କମିଟି ସଦସ୍ୟ “ସଭାପତି ରମେଶ ଚନ୍ଦ୍ର ଶତପଥୀ, ଉପସଭାପତି ବାମଦେବ ସ୍ଵାଇଁ, ସମ୍ପାଦକ ପ୍ରଭାତ କୁମାର ମହାପାତ୍ର,ସହସମ୍ପାଦକ ରମେଶ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ମନୋଜ ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ସହ କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଙ୍କ ସମେତ ବହୁ ସରକାରୀ ଅଧିକାରୀ ମାନେ ଯୋଗୋଦେଇଥିଲେ।

Exit mobile version