Home ଓଡ଼ିଶା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚଶିକ୍ଷା ବିଭାଗ ପରିଦର୍ଶନ ଓ ବିଭାଗୀୟ ସମୀକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ନୂତନ ଶିକ୍ଷା ନୀତି ଅନୁସାରେ ପାଠ୍ୟକ୍ରମ ପ୍ରଚଳନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢାଇବାକୁ ଅଧିକ ଗୁରୁତ୍ୱ ୨୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ଉଚ୍ଚଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ ୧୨ ଘଣ୍ଟାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ଶ୍ରୀ ରମାକାନ୍ତ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, କଲେଜ, ୟୁନିଭରସିଟି ଓ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ । ଉଚ୍ଚଶିକ୍ଷାରେ ନୂତନ ଶିକ୍ଷା ନୀତିକୁ ଆପଣେଇ ଏହାର ଗୁଣାତ୍ମକମାନ ବୃଦ୍ଧି ସହ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ବୃତ୍ତି ରାଶି ବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଜରିଆରେ ଶୈକ୍ଷିକ ବ୍ୟବସ୍ଥାର ପରିଚାଳନା ଓ ପ୍ରୋତ୍ସାହନ ଯୋଗାଇଦେବାକୁ ଓଡ଼ିଶା ସରକାର ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ରାଜ୍ୟର ବିଭିନ୍ନ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ତଥା ବ୍ଲକଗ୍ରାଣ୍ଟ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡିକର କାର୍ଯ୍ୟାବଳୀ ଓ ସମସ୍ୟା ବିଷୟରେ ଅବଗତ ହୋଇଥି ଆସନ୍ତା ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟର ବିଭିନ୍ନ କଲେଜରେ ଯୋଗ ଶିବିରର ଆୟୋଜନ କରାଯାଉଛି । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ଶହେ ଦିନର କାର୍ଯ୍ୟ ଖସଡା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟରେ ରୂପାନ୍ତର କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ଥିବା ସମସ୍ତ କଲେଜଗୁଡିକରେ ମୌଳିକ ଭିତ୍ତିଭୂମିର ଅଭାବ ରହିବ ନାହିଁ ଓ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସୁଫଳ ଛାତ୍ରଛାତ୍ରୀ ବିଶେଷ କରି ଗରିବ ମେଧାବୀ ଛାତ୍ରଛାତ୍ରୀ କିପରି ଏହାର ସୁଫଳ ପାଇପାରିବେ ସେଥିପାଇଁ ଯନିବାନ ହେବାକୁ ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଥିଲେ । ବୈଠକରେ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026