ବାହାଡ଼ାଝୋଲାରେ ସାଂସଦଙ୍କୁ ବିପୁଳ ସମ୍ବର୍ଦ୍ଧନା

୧୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାହାଡ଼ାଝୋଲା  :-> ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଆଜି ବାହାଡ଼ାଝୋଲା ଅଞ୍ଚଳରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବାହାଡ଼ାଝୋଲା ସମେତ ହରିପୁର, ବେରୁଆଁବାରୀ, ସିଙ୍ଗାରପଲ୍ଲୀ ଆଦି ପଞ୍ଚାୟତରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଂସଦ ଯୋଗଦେବା ସହ ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ଥିବା କୃଷିମିତ୍ର ମାନଙ୍କୁ ପାରା ଏକ୍ସଟେସନ ୱାର୍କର ହିସାବରେ ସାଟିର୍ଫିକେଟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସମେତ ନୂଆଗାଁ ବିଡିଓ ବାସୁଦେବ ନାୟକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ନୂଆଗାଁ ଅଂଚଳର ବିକାଶ ପାଇଁ ଜଣେ ସେବକ ହିସାବରେ କାମ କରିବି ବୋଲି ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ନିଜର ମତପ୍ରକାଶ କରିଛନ୍ତି ।

Exit mobile version