ତିନି ରଥର ପ୍ରଥମ ଭୂଇଁ ପ୍ରେମ ପ୍ରସ୍ତୁତି ଶେଷ

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ଅନୁକୂଳ ପୂଜା ପୂର୍ବକ ତିନି ରଥ ର ‘ଚାରି ନାହାକା’ ଉଠି ତିନି ରଥ ପାର୍ଶ୍ଵ ଦଣ୍ଡା ମାନଙ୍କରେ ଗୁଜ, ଜଳଯନ୍ତ୍ର ଖଞ୍ଜାଜାଇ ଗୁଜ ଉପରେ ବିରାଡ଼ି ପଡ଼ିଥିଲା, ଏଥିସହ ତିନିରଥ ର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ସେଟିଂ କରାଯାଇଥିଲା..)

ତିନି ରଥରେ ପଡ଼ିଲା ଛନ୍ଦା ଗୟଳ

ଆଜି ତିନି ରଥର ସମ୍ମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଏଁ ବଡ ଛନ୍ଦା ଗୟଳ ପଡ଼ି , ଦଉଡ଼ି ରେ ବାନ୍ଧେଣୀ ପଡ଼ିଅଛି, କଣ୍ଟା ବସିବା ପୂର୍ବରୁ ପୋଲ ଗୟଳ କୁ କ୍ରସ କରି ପଡ଼ିଥିବା ଛନ୍ଦା ଗୟଳ ର ସଂଯୋଗ ସ୍ଥାନ ରେ କାପ ଖୋଦେଇ ଜାରୀ ରହିଛି । ତିନି ରଥର ୧୬ ଗୋଟି ଛନ୍ଦା ଗୟଳ ରୁ ୮ଗୋଟି ଛନ୍ଦା ଗୟଳ ର ଚଉପଟ ଶେଷ ହୋଇଅଛି ।

ତିନି ରଥର ପ୍ରଥମ ଭୂଇଁ ପ୍ରେମ ପ୍ରସ୍ତୁତି ଶେଷ

ଆଜି ତିନି ରଥର ମୁଖ୍ୟ ମହାରଣା ଙ୍କ ତତ୍ତ୍ୱାବଧାନରେ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସାହୋଯୋଗରେ ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ ଶେଷ ହୋଇଅଛି । ଏଥିସହ ଭୂଇଁ ପ୍ରେମ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି ।

(ଏହି ପ୍ରଥମ ଭୂଇଁ ପ୍ରେମ ୬ ଗୋଟି ଓରା ୪ଗୋଟି ଖମ୍ବ ସଂଯୋଗ ହୋଇ ଚାରି ପାର୍ଶ୍ବରେ ୨୪ ଟି ପାଖୁଡ଼ା ଏବଂ ୧୬ ଗୋଟି ଛିଆଣ ଲାଗି,ପାଖୁଡ଼ାକୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ବି ଚାରି ପାର୍ଶ୍ୱରେ ସଂଯୋଗ ହୋଇଛି)

*ଏଥିସହ ଆଜି ଅପରାହ୍ନରେ ରଥ ଅମିନ ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳି କୁ ଦୁଇଟି ଲେଖାଏଁ ଜଗତ ପୃଷ୍ଠ ସେଣୀ କାଠ ଯୋଗାଇ ଦେଇଛନ୍ତି ତିନି ରଥ ମହାରଣା ସେବକ ମାନେ ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ତିନିରଥ ଦୁଇଟି ଲେଖାଏଁ ଛନ୍ଦା ଗୟଳ ଚଉପଟ କାର୍ଯ୍ୟ ଜାରୀ ରହିଛି।
*ରୂପକାର ସେବକ ମାନେ ତିନିରଥ ଦ୍ଵାର ପାଇଁ ନାଟ ଗୋଡ଼ରେ ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି।
*ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ପାଇଁ ଭୂଇଁ ବିଡିଆ କଣ୍ଟା ନିର୍ମାଣ ଶେଷ କରି ପୋଟଳ କାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୧୮.୬.୨୦୨୪ ରିଖ,ମଙ୍ଗଳବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୯ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version