Home ଓଡ଼ିଶା ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୧୭ ତମ କିସ୍ତି ଅର୍ଥ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ହସ୍ତାନ୍ତର କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ପ୍ରଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସୀତାପୂର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟିର ଅଡିଟରିଅମ ହଲ ଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପିଏମ କିଶାନ ଉତ୍ସବ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି( ୨ ହଜାର ଟଙ୍କା) ଅର୍ଥ ରାଶି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ହସ୍ତାନ୍ତରର ଭର୍ଚୁଆଲ ମୋଡରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ବିରାଟ ଏଲ୍ଇଡି ଟିଭି ପରଦାରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ତାଙ୍କ ନିର୍ବାଚନ ସଂସଦୀୟ କ୍ଷେତ୍ର ବାରଣାସୀ ଠାରୁ ଦେଶର ଚାଷୀ ଭାଇଭଉଣୀ ମାନଙ୍କୁ ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ରୀମୋଟ ବଟନ୍ ମାରି ହସ୍ତାନ୍ତରର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଚାଷୀ ଭାଇ ଓ ଭଉଣୀ ମାନଙ୍କ ସମେତ ବହୁ ସଂଖ୍ୟାରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ମୋଡ଼ କାର୍ୟ୍ୟକ୍ରମକୁ ଦେଖିଥିଲେ। ପରେ ଆୟୋଜିତ ଏକ ଚାଷୀ ସମାବେଶ କାର୍ଯ୍ୟକ୍ରମରେ ଡ଼ାଃ ଲିମା ମହାନ୍ତିଙ୍କ ସଂଯୋଜନାରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ସ୍ୱଳ୍ପ ମିଆଦୀ ଚାଷ କରିବା ଉପରେ ଅଧିକ ଗୁରୁତ୍ୱାରୋପ କରି ପିଏମ କିସାନ ସମ୍ମାନ ନିଧି ଯୋଜନାର ଭରପୁର ଫାଇଦା ନେବାପାଇଁ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ସେହିଭଳି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ପରିଷଦର ସିଡିଓ: ଡ଼ଃ ଗୁଣନିଧି ନାୟକ , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧି ଏବଂ ସିଡିଭିଓ: ଡ଼ାଃ ଧର୍ମାନନ୍ଦ ମହାନ୍ତି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପିଏମ କିସାନ ସମ୍ମାନ ନିଧି ଯୋଜନା ଓ ବିଭିନ୍ନ ଲାଭଦାୟକ ଚାଷ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଗୋଷାଣୀ , ଗୁମ୍ମା ଓ କାଶୀନଗର ବ୍ଲକର ୫ ଜଣ ସଫଳ ତଥା ଉତ୍ତମ ଚାଷୀ ଉର୍ଜନା ବେଦବତୀ , ଇସ୍ରାଏଲ ଗମାଙ୍ଗ , ବି: ଜଗଦୀଶ ରାଓ , ଆପଲା ଶବର ଏବଂ ବିଡ଼ିକି କ୍ରୀଷ୍ଣାଙ୍କୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉତ୍ତରୀୟ ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ଆଜି ଦେଶର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଏକ ଶୁଭ ଦିନ ଯେ , ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଚାଷୀ ଭାଇଭଉଣୀ ମାନଙ୍କୁ ସେମାନଙ୍କ ବ୍ୟାଙ୍କ୍ ଖାତାରେ , ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାରଣାସୀ ଠାରୁ ଭର୍ତୁଆଲ ମୋଡରେ ଏହି ହସ୍ତାନ୍ତର କାର୍ୟ୍ୟକ୍ରମକୁ ଜିଲ୍ଲାସ୍ତରରେ ଏବଂ ପ୍ରତ୍ୟେକ ବ୍ଲକ୍ ସ୍ତରରେ ଏଲ୍ଇଡି ପରଦାରେ ଚାଷୀ ଭାଇଭଉଣୀ ମାନଙ୍କୁ ପ୍ରଦର୍ଶନ କରା ଯାଇଥିଲା । ଏତଦବ୍ୟତୀତ ଗଜପତି ଜିଲ୍ଲାରେ ଆଗାମୀ ଏକମାସ ମଧ୍ୟରେ ଚାଷୀ ଭାଇଭଉଣୀ ମାନଙ୍କୁ ସରକାରଙ୍କ ରହିଥିବା କୃଷିଭିତ୍ତିକ ବିଭିନ୍ନ ଯୋଜନା ଉପରେ ପ୍ରଚାର୍ ପ୍ରସାର ଓ ସଭା ସମିତି ମାଧ୍ୟମରେ ସଚେତନ କରାଯିବା ସହ ମତ୍ସ୍ୟଚାଷ ଓ ପଶୁପାଳନ ଚାଷ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026