ବିପର୍ଯ୍ୟୟ ପରିଚାଳନା ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ

୧୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସକାଶେ ବୁଧବାର ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତରେ ଏକ ସାମୁହିକ ଅଭ୍ୟାସ ତଥା ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଳବ ଗ୍ରାମ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ସରପଞ୍ଚ ରଶ୍ମିତା ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କେଦାର ନାଥ ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର, କୃଷି ସୂଚନା ଓ ଉପଦେଷ୍ଠା ମଣ୍ଡଳୀ ଅଧ୍ୟକ୍ଷ ଗନ୍ତାୟତ ଦଳେଇ, ସମ୍ପାଦକ କାଳୀ ଚରଣ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅତିଥି ମାନେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସୂଚନା ପୁର୍ବରୁ ବିଭିନ୍ନ ଯନ୍ତ୍ରାଂଶ ଓ ଉପକରଣ ବ୍ଯବହାର କରି ତତ୍କାଳ କିପରି ଧନ ଜୀବନ ସୁରକ୍ଷିତ ହୋଇ ପାରିବ ସେ ସଂପର୍କରେ ଉପସ୍ଥିତ ଗ୍ରାମବାସୀଙ୍କୁ ସାମୁହିକ ଅଭ୍ୟାସ ମାଧ୍ୟମରେ ପ୍ରଶିକ୍ଷଣ ଦିଆ ଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସ୍ବେଛାସେବୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଅନୁରୂପ ଭାବେ ସ୍ଥାନୀୟ ବ୍ଲକର ଗିରିଆ ନାରାୟଣ ପୁର, ଖରିଡା, ଖଣ୍ଡରା, ଚାନ୍ଦୁଲି, ବୁରୁପଡା, ଆଲପୁର ଓ ବଳରାମ ପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

 

Exit mobile version