ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ

୧୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସ୍ଥିତ ଭାଗବତ କଥା ବିତରଣ ପରିଷଦ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଅବସରରେ ମଙ୍ଗଳବାର ଏକ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୌରାଞ୍ଚଳ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବଚକ ରୂପେ ସନ୍ଥ ବିଜୟ ରାଘବେନ୍ଦ୍ର ଦାଶ ମହାରାଜ ଓ ବ୍ୟାସ ରୂପେ ପଣ୍ଡିତ ପଦ୍ମ ଚରଣ ଦାଶ ପ୍ରମୁଖ ଯୋଗ ଦେଇ ଦେଇଛନ୍ତି । ଏହି ନବ ଦିନାତ୍ମକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ।

ପ୍ରତ୍ୟେକ ଦିନ ସନ୍ଧ୍ୟା ୮ଘଣ୍ଟା ଠାରୁ ରାତ୍ର ୧୦ଘଣ୍ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହେବା ପୁର୍ବରୁ ପ୍ରତ୍ୟହ ସନ୍ଧ୍ୟା ୫ଘଣ୍ଟା ଠାରୁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପ ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସମ୍ପାଦକ ତରୁଣ କୁମାର ପଣ୍ଡା, ସମୀକ୍ଷକ ଡଃ ରମେଶ ଚନ୍ଦ୍ର ଚୌଧୁରୀ, ଡଃ ଗଦାଧର ବେହେରା, ହରିହର ଚୌଧୁରୀ, ଡଃ ଅରବିନ୍ଦ ପଣ୍ଡା, ଗୌରହରି ପୃଷ୍ଟି,ଏ ଶଙ୍କର ରାଓ ଆଚାରୀ ଓ ଅଶୋକ କୁମାର ଦାସ ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି ସହଯୋଗ କରୁଛନ୍ତି । କର୍ତ୍ତା ରୂପେ ବିଜୟ କୁମାର ପାଣିଗ୍ରାହୀ ଦାୟିତ୍ୱ ତୁଲାଉଛନ୍ତି ।

Exit mobile version