ରଜ ରେ ମଲା ଗଜରାଜ୍ : ଅସୁସ୍ଥତା ଯୋଗୁ ମରିପଡ଼ିଥିଲା

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ଖର୍ଚ୍ଚ କରୁଛନ୍ତି l ମୁଖ୍ୟତଃ ହାତୀମାନଙ୍କ ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯାଉଛି l କିନ୍ତୁ ଏସବୁ ଭିତରେ ହାତୀ ମଣିଷ ଲଢେଇ ଥମିବାର ନା ଧରୁନାହିଁ l ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ,କେତେବେଳେ ମଣିଷ ମଧ୍ୟ ବଳି ପଡୁଛି l ଆଉ କେତେବେଳେ ବିଭାଗୀୟ ଖାମଖିଆଲ ନିତି ପାଇଁ ଶିକାରିର ଶିକାର ପାଲଟୁଛି ହାତୀ । ଦଶପଲ୍ଲା ବନାଞ୍ଚଳ ସଦର ସେକ୍ସନ ଅଧୀନସ୍ତ ପୋଇବାଡ଼ି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଡମିରିଗାଡ଼ିଆ ପାହାଡ଼ରୁ ଆଜି ଏକ ମାଈ ହାତୀର ଗଳିତ ମୃତଦେହ ଠାବ କରାଯାଇଛି।

ପ୍ରାଥମିକ ତଦନ୍ତରେ ଅସୁସ୍ଥତା କାରଣରୁ ହାତୀ ମରିଥିବା ନେଇ ସନ୍ଦେହ କରାଯାଉଥିବା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି। କେବଳ ସେତିକି ନୁହେଁ, ହାତୀଟି ପ୍ରାୟ ୧୦ ଦିନ ତଳେ ମରିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଟଣାସ୍ଥଳରେ ବନଖଣ୍ଡ ଅଧିକାରୀଙ୍କ ସମେତ ଭୁବନେଶ୍ୱରରୁ ବନ ବିଭାଗର ଏକ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍) ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଆସନ୍ତାକାଲି ସାତକୋଶିଆ ବ୍ୟାଘ୍ର ସଂରକ୍ଷଣର ଟିମ୍ ପହଞ୍ଚିବା ପରେ ମୃତ ହାତୀଟିର ବ୍ୟବଚ୍ଛେଦ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

Exit mobile version