ଷଣ୍ଢପୁର ନିକଟରେ ହାଇୱ। ପିକଅପ ଭ୍ୟାନ ଧକ୍କାରେ ଦୁଇ ଆହତ

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବାଙ୍କୀ ବାରଙ୍ଗ ରାସ୍ତାର ଷଣ୍ଢପୁର ନିକଟସ୍ଥ ରେଳପଲ ନିକଟରେ,ସୋମବାର ମଧ୍ୟ ରାତିରେ ତ୍ରିଶୁଳିଆରୁ ବାଙ୍କୀ ଅଭିମୁଖେ ଯାଉଥିବା ହାଇୱ। ଟ୍ରକ ଏକ କାରକୁ ଓଭର ଟେକ କରିବା ସମୟରେ ବାଙ୍କୀରୁ ଆସୁଥିବା ପିକଅପ ଭ୍ୟାନକୁ ମୁହଁ । ମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଉଭୟ ଗାଡ଼ିର ଦୁଇ ଚାଳକ ଆହତ ହୋଇଛନ୍ତି ।

କିଛି ସମୟଧରି ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଗୋଡିସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତ ଚାଳକଙ୍କୁ ଚିକିତ୍ସା ପାଇଁ କଟକ ପଠାଇବା ସହିତ କ୍ରେନ ଯୋଗେ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇବା ଫଳରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Exit mobile version