ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ସର୍ବସାନ୍ତ

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ପଂଚାୟତର ମଣିପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରଙ୍କର ଥିବା ୪ବଖରା ଚାଳ ଛପର ଘର ସହ ଧାନ, ଚାଉଳ, ରବି ଫସଲ , ଅସବାପତ୍ର ପୋଡି ପାଉଁଶ ହୋଇଯାଇଛି l ଅଗ୍ନି କାଣ୍ଡ ଘଟିଥିବା ଦୁଇ ପରିବାର ହେଲେ ଯୁଗଳ ଖଟେଇ ଏବଂ ଗଡୁଆ ଖଟେଇ l

ଘଟଣାରୁ ପ୍ରକାଶ ମଙ୍ଗଳବାର ଦିନ ପ୍ରଚଣ୍ଡ ଖରା ଏବଂ ଉତ୍ତାପ ରହିଥିବାରୁ କୌଣସି କାରଣରୁ ଯୁଗଳ ଙ୍କ ଘରର ପଛ ପଟୁ ଚାଳ ଛପର ନିଆଁ ଲାଗିଯାଇଥିଲା l ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ନିକଟରେ ଥିବା ଗଡୁଆଙ୍କ ଚାଳ ଛପର ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିଲେ ନ ଥିଲେ! ।

ଫକରେ ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଁଆକୁ ଆୟତ୍ତ କରିଥିଲେ ମଧ୍ୟ ଘରେ ଥିବା ଲୁଗାପଟା, ଧାନ, ଚାଉଳ, ରବି ଫସଲ ଏବଂ ଅସାବପାତ୍ର ପୋଡି ପାଉଁଶ ହୋଇଯାଇଥିଲା l ଖବର ପାଇ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଓ ସ୍ଥାନୀୟ ପଂଚାୟତର ସମିତିସଭ୍ୟଙ୍କ ପ୍ରତିନିଧି ଅମ୍ବିକା ସୁବୁଦ୍ଧି ଅଗ୍ନି ବିପନ୍ନମାନଙ୍କ ପାଖରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଅଗ୍ନି ବିପନ୍ନ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି।

Exit mobile version