ପୀଠ ପରିଷଦ – ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ : ପାରାଦ୍ଵୀପ ଶାଖାର ମା ସନ୍ତୋଷୀ ଜରାଶ୍ରମରେ ସେବା ପ୍ରକଳ୍ପ

୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରାଦ୍ଵୀପ :-> ଗୋବର୍ଦ୍ଧନ ମଠର ତତ୍ତ୍ଵାବଧାନରେ ପରିଚାଳିତ ପୀଠ ପରିଷଦ- ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତରଫରୁ ବିଭାଗ ସଚିବ ଶ୍ରୀ ଶ୍ରୀକୁମାର ରାଜଗୁରୁ ମହାପାତ୍ରଙ୍କ ପ୍ରଚେଷ୍ଟାରେ ରବିବାର ଜ୍ୟେଷ୍ଠ ଶୁକ୍ଳ ଦଶମୀ (ତା-୧୬.୦୬.୨୦୨୪)ରେ ପାରାଦ୍ଵୀପ ନିକଟବର୍ତ୍ତୀ ମା ସନ୍ତୋଷୀ ଜରାଶ୍ରମ ରେ ଏକ ସାମାଜିକ ସେବା ପ୍ରକଳ୍ପ ହାତକୁ ନିଆଯାଇଛି ।

ଏହି ସେବା ମାଧ୍ୟମରେ ପିଲାମାନଙ୍କ ଦ୍ଵାରା ଉପେକ୍ଷିତ ବୃଦ୍ଧ ଓ ରୋଗ ଜର୍ଜରିତ ଲୋକମାନଙ୍କୁ ବସ୍ତ୍ର, ଫଳ, ବିସ୍କୁଟ ଓ ପାଣି ବୋତଲ ବିତରଣ କରାଯାଇଥିଲା । ସଙ୍ଗଠନ ତରଫରୁ ବର୍ତ୍ତମାନର ଗୋବର୍ଦ୍ଧନ ମଠ ପୁରୀ ପିଠାଧିଶ୍ୱର ଜଗଦଗୁରୁ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଜଗଦଗୁରୁଙ୍କ ସ୍ଵପ୍ନର ଭାରତ ଓ ବିଶ୍ୱର ପରିକଳ୍ପନାକୁ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା ।

ସଂଗଠନର ଉଦ୍ଦେଶ୍ୟ  :-

ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସେବାପରାୟଣ, ସ୍ଵସ୍ଥ ଓ ସର୍ବହିତପ୍ରଦ ବ୍ୟକ୍ତି ତଥା ସମାଜର ସଂରଚନା ଏବଂ ‘ଧର୍ମନିୟନ୍ତ୍ରିତ-ପକ୍ଷପାତବିହୀନ ଶୋଷଣଵିନିର୍ମୁକ୍ତ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ସ୍ଥାପନା ।’ ମା ସନ୍ତୋଷୀ ଜରାଶ୍ରମ ରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀଜଗଦଗୁରୁଙ୍କ ଜୟ ଧ୍ୱନି ସହିତ ଭଜନ କୀର୍ତ୍ତନ ପରିବେଷଣ ଆଶ୍ରମ ତଥା ଆଖପାଖ ଅଞ୍ଚଳ ଭକ୍ତିଭାବପୂର୍ଣ୍ଣ ହୋଇଯାଇଥିଲା ।

ଆଦିତ୍ୟ ବାହିନୀର ସ୍ଲୋଗାନ  :-

ଧର୍ମ କି – ଜୟ ହୋ
ଅଧର୍ମ କା – ନାଶ ହୋ
ପ୍ରାଣୀୟୋ ମେ – ସଦ୍ଭାବନା ହୋ
ଵିଶ୍ଵ କା – କଲ୍ୟାଣ ହୋ
ଗୋମାତା କି – ଜୟ ହୋ
ଗୋ ହତ୍ୟା – ବନ୍ଦ ହୋ
ସର୍ବ ଭୂତ ହୃଦୟ ଧର୍ମ ସମ୍ରାଟ ସ୍ଵାମୀ ଶ୍ରୀ କରପାତ୍ରୀଜୀ ମହାରାଜ କି – ଜୟ ହୋ
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଚ୍ଚ କି – ଜୟ ହୋ
ଶ୍ରୀ ଜଗନ୍ନାଥ ମହାପ୍ରଭୁ କି – ଜୟ ହୋ
ଶ୍ରୀ ବଳଭଦ୍ର ମହାପ୍ରଭୁ କି – ଜୟ ହୋ
ଭଗବତୀ ସୁଭଦ୍ରା ଦେବୀ କି – ଜୟ ହୋ
ନମୋ ପାର୍ବତୀ ପତୟେ – ହର ହର ମହାଦେବ

ଉପରୋକ୍ତ ଜୟ ଘୋଷ ଓ ଭଗବତ୍ କୀର୍ତ୍ତନ ମଧ୍ୟରେ ସମସ୍ତେ ନିଜର ବିଛିଡିଥିବା ପରିବାରର ଦୁଃଖ ଭୁଲି ଯାଇଥିବା ପରି ମନେ ହେଉଥିଲା . ଏହି ମହତ୍ କାର୍ଯ୍ୟରେବହୁତ ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗ କରିଥିଲେ। ଗୋବର୍ଦ୍ଧନ ମଠ ପୀଠ ପରିଷଦ- ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତତଫରୁ ବିଭାଗ ସଚିବ ଶ୍ରୀ ଶ୍ରୀକୁମାର ରାଜଗୁରୁ ମହାପାତ୍ର,ଶ୍ରୀ ସୂର୍ଯ୍ୟକାନ୍ତ ଶତପଥୀ, ଶ୍ରୀ ଦେବବ୍ରତ ସାହୁ, କ୍ୟାପଟେନ ଅଲେଖ ଚରଣ ସାହୁ,

ଶ୍ରୀ ଭବାନୀ ଶଙ୍କର ପଣ୍ଡା, ଶ୍ରୀ ମନହର ସେଠ, ଶ୍ରୀ ଧୁନଚନ୍ଦ୍ର ତରାଇ, ଶ୍ରୀ ଅମରେଶ ମିଶ୍ର, ସଂଜିତ୍ କୁମାର ବିଶ୍ବାଳ, ସୁବ୍ରତ କୁମାର ମଲ୍ଲିକ ଆଦି କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ। ସଂଘ ତରଫରୁ ସମସ୍ତ ସହଯୋଗୀଙ୍କୁ ସାଧୁବାଦ ଜଣାଇ ଦିଆଗଲା ଓ ସମସ୍ତଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା ।

Exit mobile version