୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ଶଳାକୁ ଗୁଳି କରି ହତ୍ୟା ଘଟଣାରେ ଅଭିଯୁକ୍ତ ଭିଣୋଇ ଉଦୟ ନାୟକ କୁ କୋର୍ଟ ଚାଲାଣ କରିଛି ପୋଲିସ l ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛନ୍ତି ଆର.ଉଦୟଗିରି ଏସଡିପିଓ ଅଶ୍ୱିନୀ ନାୟକ l ସୋମବାର ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀ ରେ ଏସଡିପିଓ ସୂଚନା ଦେଇଛନ୍ତି ଯେ ଗତ 2019 ରେ ମୃତ କୈଳାଶଙ୍କ ନାବାଳିକା ଝିଅ କୁ ଉଦୟଙ୍କ ଭାଇ ଦୁଃଶାସନ ନାୟକ ଅପହରଣ କରି ନେଇଥିଲା l ଏହାପରେ ସେତେବେଳେ ରାଗରେ କୈଳାଶଙ୍କ ପୁଅ ଟିକେଶ୍ୱର ଉଭୟ ଦୁଃଶାସନ ଓ ତାଙ୍କ ନାବାଳିକା ଭଉଣୀ କୁ ହlତଗୋଡ଼ ବାନ୍ଧି ଗାଳି ଗୁଲଜ କରିଥିଲେ l ସେହି ସମୟରେ ଉଦୟ ଆସି ଦୁଃଶାସନ ଓ ନାବାଳିକା ଝିଅକୁ ବନ୍ଧା ଯାଇଥିବା ରଶି ଖୋଲିଦେଇଥିଲେ l
