ତେଲେନପାଲି ରେ ଗଣ୍ଡୱାନା ଛାତ୍ର ସଙ୍ଗଠନ ତରଫରୁ ଦୁଇ ଦିନିଆ ସାମାଜିକ ଶିକ୍ଷା ତାଲିମ ଶିବିର

୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ଗୋଣ୍ଡୱାନା ଛାତ୍ର ସଂଗଠନ ତରଫରୁ ୨ଦିବସିୟ ସାମାଜିକ ଶିକ୍ଷା ତାଲିମ ଶିବିର ସୋମବାର ଉଦଯାପିତ ହୋଇଯାଇଛି | ତାଲିମ ଶିବିର ରେ ଜିଏସ.ୟୁ ସଭାପତି ତନ୍ତ୍ର ଧରୁଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ ଗୋଣ୍ଡ ସାଂସ୍କୃତିକ ସମାଜ ସଭାପତି ଚଉବନ ମାଝୀ ସମ୍ମାନିତ ଅତିଥି ରୂପେ ପଲ୍ଲୀ ଆୟୋଜନ ସମିତି ମହରାପଦର ସଭାପତି ଶ୍ରୀପତି ଧରୁଆ,ଗୋଣ୍ଡ ସାଂସ୍କୃତିକ ସମାଜ ଅଞ୍ଚଳ ସଭାପତି ବିପ୍ର ବିଶି, ତାରାଚନ୍ଦ ମାଝୀ ,

ଇଭାନଜେଲିନା କୁଲୁ ପ୍ରମୁଖ ଯୋଗଦେଇ ପ୍ରଥମେ ଗୋଣ୍ଡ ଜାତିର ଇଷ୍ଟ ଦେବତା ବୁଢ଼ା ଦେଓ ଙ୍କୁ ପୂଜା ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଅତିଥି ଙ୍କ ଦ୍ଵାରା ଗୋଣ୍ଡ ସପ୍ତରଙ୍ଗୀ ପତାକା କୁ ଉତ୍ତୋଳନ କରିବାସହ ସାମାଜିକ କର୍ମକର୍ତ୍ତା ଙ୍କୁ ସଲ୍ଲାଗାଗରା ଔପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅବସରରେ ହେମନ୍ତ ଦଳପତି ଗୋଣ୍ଡ ଜାତିର ଇତିହାସ, ଟିକେଚନ୍ଦ ମାଝୀ ଗୋଣ୍ଡ, ଗୋଣ୍ଡି ଓ ଗୋଣ୍ଡୱାନା ସମ୍ପର୍କରେ ବୁଝାଇଥିଲେ |

ଦ୍ୱିତୀୟ ଦିବସର ପ୍ରଥମ ଦିନରେ ଗୋଣ୍ଡ ସଂସ୍କୃତି, ପରମ୍ପରା ରୀତିନୀତି ଗୋଣ୍ଡ ମହାପୁରୁଷ ମାନଙ୍କର ବଳିଦାନ ତ୍ୟାଗ ସମ୍ପର୍କରେ ଅଜିତ କୁମାର ଭୋଇ, ଗବେଷକ ରାଜୀବ ଶଗଡ଼ିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଜି.ଏସ. ୟୁ ସମ୍ପାଦକ ବିଜୟ ମଲ୍ଲିକ, ଶଶିକାନ୍ତ ଧରୁଆ, ସୁବାଷ ଧରୁଆ,ଟିକେଶ୍ୱର ଧରୁଆ, ବିଷ୍ଣୁ ମାଝୀ, କୁଳମଣି ଧରୁଆ , କ୍ଷୀରଧର ମାଝୀ,ବବୃବାହାନ ମାଝୀ,ଶଶିରେଖା ଧରୁଆ, ହେମକାନ୍ତି ନାଏକ, ରମାବତୀ ବିଶି, ସସ୍ମିତା ଧରୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗୋଲାପ ବିଶି ମଞ୍ଚ ପରିଚାଳନା କରିଥିବେ ବେଳେ ଧରମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିର ରେ ଶତାଧିକ ଗୋଣ୍ଡ ଜାତିର ଯୁବତୀ ଯୁବକ ଅଂଶଗ୍ରହଣ କରିଥିଲେ।

Exit mobile version