Home ଓଡ଼ିଶା ଚିଲିକା ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ର ଚିଲିକା ବ୍ଲକ ଶାଖା ପକ୍ଷରୁ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ ଙ୍କୁ ତାଙ୍କର ନାଚୁଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅଭିନନ୍ଦନ ଜ୍ଞାପନ ସହ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ସ୍ଵାଇଁ ଙ୍କ ଆଵାହକତ୍ଵ ରେ ଚିଲିକା ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଓଷ୍ଟା ର ଅନ୍ୟତମ ସଭ୍ୟ ଆଶିଷ କୁମାର ପତି, ବ୍ଲକ ଓଷ୍ଟା ସଂଘ ର ଉପ ସଭାନେତ୍ରୀ ପୁଷ୍ପଲତା ମଙ୍ଗରାଜ,ମ୍ରୃତ୍ୟୁଞ୍ଜୟ ରଥ,ନଟବର ସେଣ,ପ୍ରତାପ ଚନ୍ଦ୍ର ମହାପାତ୍ର, ରତ୍ନାକର ସ୍ବାଇଁ,ସୁରେଶ ଚନ୍ଦ୍ର ସ୍ଵାଇଁ, ଲୋକନାଥ ପାଇକରାୟ ପ୍ରମୁଖ ଶ୍ରୀ ହରିଚନ୍ଦନ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବ୍ଲକ ରେ ମନ୍ତ୍ରୀ ଙ୍କ ସହ ବ୍ଲକ ର ଶିକ୍ଷା ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ଵିଶେଷ କରି ଗମନାଗମନ ସୁବିଧା ଦ୍ରୃଷ୍ଟି ରୁ ଵିଇଓ କାର୍ଯ୍ୟାଳୟ କୁ ଗଙ୍ଗାଧର ପୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ ଉପସ୍ଥାପନ କରା ଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana June 30, 2026 ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତ ଙ୍କ ସମାଗମ by Proprietor Abhimanyu Maharana June 30, 2026 ରଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର by Proprietor Abhimanyu Maharana June 30, 2026 ଭାପୁର ସାମ୍ବାଦିକ ସଙ୍ଘ ଗୃହ ସହିତ ୪୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ, ବିଧାୟକ by Proprietor Abhimanyu Maharana June 30, 2026 ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ by Proprietor Abhimanyu Maharana June 30, 2026 ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 30, 2026