ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା ପାଇଁ କିନ୍ନର ମାନଙ୍କ ଦ୍ୱରା ରାମ ମନ୍ଦିରରେ ଦୀପଦାନ

୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଭୁବନେଶ୍ୱରସ୍ଥ ରାମ ମନ୍ଦିରଠାରେ ଟିଜି ସୁରକ୍ଷା ଟ୍ରଷ୍ଟ ଓ ଅଲ୍‌ ଓଡ଼ିଶା କିନ୍ନର ସଂଗଠନ ତରଫରୁ ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଦୀପଦାନ ଓ ମିଠା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା  । ଭାରତର ପ୍ରଧାନନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଏବଂ ସମସ୍ତ ବିଧାୟକ ଓ ସଂସଦଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ଶୁଭକାମନା ଜଣାଇଥିଲେ  । ମେନକା ପରିଡ଼ାଙ୍କ କହିବା କଥା ୨୩ ବର୍ଷ ପରେ ଏକ ନୂଆ ସରକାର ରାଜ୍ୟରେ ଗଠନ ହୋଇଛି, ଯାହାକି ନରେନ୍ଦ୍ର ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ଓଡ଼ିଶାବାସୀ ଅକୁଣ୍ଠରେ ଗ୍ରହଣ କରିଛନ୍ତି  ।

ସେହି ଆଶା ବିଶ୍ୱାସ ନେଇ ଓଡ଼ିଶାରେ ସାଢେ ଚାରିକୋଟି ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି  । ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ଦୁଃଖି ରଙ୍କି, ଚାଷୀ, ଦାଦନ, ବେକାରୀ, ମହିଳା ନିର୍ଯ୍ୟାତନା, ବସ୍ତିବାସିନ୍ଦାଙ୍କ ଥଇଥାନ, ଉଠାଦୋକାନୀ, କିନ୍ନରମାନଙ୍କର ଉନ୍ନତିକରଣ ଉପରେ ସରକାର ଧ୍ୟାନ ଦେଲେ ଓଡ଼ିଶାବାସୀ ଖୁସି ପ୍ରକଟ କରିବେ  । ଏହି ଦୀପଦାନ କାର୍ଯ୍ୟକ୍ରମରେ ରୀନା କିନ୍ନର, ମମତା କିନ୍ନର, ଶୁଭ କିନ୍ନର, ମାଧବୀ କିନ୍ନର, ଲକି କିନ୍ନର, ଯମୁନା କିନ୍ନର, ତୁଳସୀ କିନ୍ନର, ଶିବାନୀ କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ  ।

Exit mobile version