Home ଓଡ଼ିଶା କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସ୍ମାରକ ପତ୍ର ଦେଲେ ସାମ୍ବାଦିକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା ଖୁବ୍ଶୀଘ୍ର –ମୁଖ୍ୟମନ୍ତ୍ରୀ ୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନମୂଳକ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ମାନପତ୍ର ପ୍ରଦାନ କରି ଶୁଭେଛା ଜଣାଇଛନ୍ତି । ଏଥିସହ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ଏକ ସ୍ୱଚ୍ଛ, ପ୍ରଭାବୀ, କ୍ରିୟାଶୀଳ, ଗୁଣାତ୍ମକ ମିଡିଆ ପଲିସି କାର୍ଯ୍ୟକାରୀ କରାଯିବା ନିମନ୍ତେ ଉକ୍ତ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି । ରାଜ୍ୟ ସଂଘର ସଭାପତି ମନୋଜ ଦାସ, ସାଧାରଣ ସଂପାଦକ ରାଜକିଶୋର ସ୍ୱାଇଁ, ଉପସଭାପତି ବିନାୟକ ମିଶ୍ର, କୋଷାଧ୍ୟକ୍ଷ ସୁବାସ ସ୍ୱାଇଁ, କାର୍ଯ୍ୟକାରିଣୀ ସଭ୍ୟ ଚନ୍ଦ୍ରମାଧବ ମିଶ୍ର ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ସ୍ମାରକୀ ପ୍ରଦାନ କରିଥିଲେ । ଏହି ସାକ୍ଷାତକାର ଅବସରରେ ସଂଘ ପକ୍ଷରୁ ପ୍ରଦତ ସ୍ମାରକପତ୍ରରେ ଅନ୍ୟ ରାଜ୍ୟମାନଙ୍କ ଭଳି ଅବସରକାଳୀନ ପେନସନ ଯୋଜନାରେ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ଅନ୍ୟୁନ ୧୦ହଜାର ଟଙ୍କା ମାସିକ ପେନସନ ପ୍ରଦାନ କରାଯିବା, ରାଜ୍ୟରେ କେତେଜଣ ସାମ୍ବାଦିକ ବିଭିନ୍ନ ଗଣମାଧ୍ୟମରେ କାମ କରୁଛନ୍ତି ତାହାର ଏକ ସଠିକ ତାଲିକା ସରକାରୀ ସ୍ତରରେ ପ୍ରସ୍ତୁତ କରାଯିବା, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସ୍ୱାସ୍ଥ୍ୟବୀମା ରାଶିକୁୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ରାଜ୍ୟରେ କାର୍ଯ୍ୟରତ ପେଷାଦାର ସାମ୍ବାଦିକମାନଙ୍କ ନିମନ୍ତେ ବୃତିଗତ ନିରାପତା ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବା, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସାମ୍ବାଦିକ ଅଧିସ୍ୱକୃତି କମିଟିର ପୁନର୍ଗଠନ କରାଯିବା, ରାଜ୍ୟ/ଜିଲ୍ଲା/ଉପଖଣ୍ଡ/ବ୍ଲକ ସ୍ତରରେ କାର୍ଯ୍ୟକରୁଥିବା ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଥିବା ସାମ୍ବାଦିକମାନଙ୍କୁ ବାସଗୃହ ଉପଯୋଗୀ ଜମି ଯୋଗାଇ ଦିଆଯିବା ସହ ସାମ୍ବାଦିକ କଲ୍ୟାଣ ପାଣ୍ଠିର ରାଶିକୁ ୨୦କୋଟି ବୃଦ୍ଧି କରାଯାଇ ଏଥିରୁ ସହାୟତା ପ୍ରଦାନ କରାଯାଉଥିବା ପ୍ରକ୍ରିୟାକୁ ଅଧିକ ସରଳ କରାଯିବା ପାଇଁ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ସ୍ମାରକପତ୍ର ଗ୍ରହଣ କରି ସହୃଦୟତାର ସହ ଆଲୋଚନା ମାଧ୍ୟମରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସମସ୍ୟାର ସମାଧାନ କ୍ଷେତ୍ରରେ ସରକାର ଖୁବଶିଘ୍ର ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026