Home ଓଡ଼ିଶା ଏକୋଇଶିଆ ଘର ଯିବା ହେଲା କାଳ : ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଅଟୋ – ଚାଳକ ମୃତ ୬ ଆହତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ଲରମ୍ଭା ଥାନା ଘସିଏନ ମୁଖ୍ୟ ରାସ୍ତାର ପଞ୍ଚାୟତ କଲେଜ ଛକ ନିକଟସ୍ଥ ଏକ ବୁଲାଣିରେ ଶନିବାର ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିବାରୁ ଅଟୋ ଚାଳକଙ୍କର ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ଘଟିଛି । ମୃତ ଅଟୋ ଚାଳକ ଜଣକ ହେଲେ ଫୁଡୁକୁପଡା ଗାଁ ର କରୁଣାକର ମଲ୍ଲିକ (୪୦) । ସୂଚନା ଅନୁଯାୟୀ ପାଟଣାଗଡ଼ ଥାନା କେନ୍ଦୁମୁଣ୍ଡି ଗ୍ରାମ ର ୧୪ ଜଣ ମହିଳା ପୁରୁଷ ଓ ଶିଶୁ ମିଶି ଏକ ଅଟୋ ଯୋଗେ ଲରମ୍ଭା ଥାନା ଅନ୍ତର୍ଗତ ଖୁର୍ସେଲ ଗାଁ କୁ ଏକ ଏକୋଇଶିଆ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିଲେ। ଘସିଏନ ମୂଖ୍ୟ ରାସ୍ତା ପଞ୍ଚାୟତ କଲେଜ ର ଅନିତ ଦୂରରେ ଥିବା ଏକ ବୁଲାଣିରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଅଟୋ ରେ ବସିଥିବା ୧୪ ମହିଳା ପୁରୁଷ, ଶିଶୁ ଓ ଚାଳକ ରାସ୍ତା ରେ ଛିଟିକି ପଡ଼ିଥିଲେ ।ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଅଟୋ ଚାଳକ କରୁଣା କର ମଲିକ ଙ୍କ ସହ ଆହତ ରାମ ସାହୁ , ଶୁଶିଲା ସାହୁ ,ମମତା ସାହୁ,ବିଲ ସାହୁ ,ପମି ସାହୁ ଓ ଜିତ ସାହୁ ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନ ଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡ଼ାକ୍ତରଖାନା ଅଣାଯାଇଥିଲା । ଚିକିତ୍ସାଧିନ ଅବସ୍ଥା ରେ ଅଟୋ ଚାଳକ କରୁଣାକର ଙ୍କ ମୂତ ହୋଇ ଥିବା ବେଳେ ଦୁଇ ଜଣ ଶିଶୁ ରାମ ଓ ଜିତ ଙ୍କ ଡାହାଣ ହାତ ଭାଙ୍ଗିଯାଇଥିବା ବେଳେ ବିଲ ,ପମି ଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି । ମମତା ଓ ଶୁଶିଲା ଙ୍କ ଛାତି ରେ ଶକ୍ତ ଆଘାତ ଲାଗିଥିବା ରୁ ଉଭୟେ ନିଶ୍ଵାସ ପ୍ରଶ୍ଵାସ ନେବା ରେ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ସମ୍ପର୍କିୟ ମାନେ ଡାକ୍ତରଖାନା ରେ ପହଞ୍ଚି ଆହତ ମାନଙ୍କ ଚିକିତ୍ସା କରାଉଥିବା ବେଳେ ଅପରାହ୍ନ ସମୟରେ ମୃତ ଅଟୋ ଚାଳକ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି। ମୃତ ଅଟୋ ଚାଳକ ଜଣକ କରୁଣା କର ପରିବାର ଜଣେ ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପତ୍ନୀ ଓ ଶିଶୁ ବେସାହାରା ହୋଇ ପଡିଛନ୍ତି। ତାଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026 ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026 ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026