ସାମ୍ବାଦିକ ଙ୍କ ମାତ୍ରୃ ବିୟୋଗ

୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଦୈନିକ ସମ୍ବାଦପତ୍ର ପ୍ରଗତିବାଦୀ ର ନାଚୁଣୀ ପ୍ରତିନିଧି ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ଙ୍କ ର ମାତା ତମାଳ ସୁଆର ଙ୍କ ର ଆଜି ଦେହାବସାନ ଘଟିଛି।କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ଅସୁସ୍ଥ ହୋଇ ଶଯ୍ୟା ଶାୟୀ ଥିଲେ।ଜଣେ ସ୍ନେହବତ୍ସଳା ଗ୍ରୃହିଣୀ ଭାବେ ସେ ଅଞ୍ଚଳରେ ଜଣାଶୁଣା ଥିଲେ। ଏ ଅଞ୍ଚଳର ଜଣେ ଆଧ୍ୟାତ୍ମିକ ସମ୍ପନ୍ନ ବ୍ୟକ୍ତି,ଵଡପଦର ଜଗତି ପାହାଡ଼ ସ୍ଥିତ ମହାବୀର ଙ୍କ ର ସେବକ ଭାବରେ ତାଙ୍କର ସ୍ଵାମୀ ପ୍ରଫୁଲ୍ଲ କୁମାର ସୁଆର ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ।

କିଛି ମାସ ତଳେ ସେ ମଧ୍ୟ ଏକ ରାସ୍ତା ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ। ପ୍ରଫୁଲ୍ଲ କୁମାର ସୁଆର ଜଗତି ପାହାଡ଼ ସ୍ଥିତ ତ୍ରିବିକ୍ରମ ଦେବ (ଶ୍ରୀ ଶ୍ରୀ ଜଗନ୍ନାଥ) ଙ୍କ ର ଆଦ୍ୟ ସେବକ ଭାବେ ଦାରୁ ଛେଦନ କରିଥିଲେ ଏବଂ ତ୍ରିବିକ୍ରମ ଦେବ ସେହି ଦିନଠାରୁ ଏହି ଲୀଳା କ୍ଷେତ୍ରରେ ପୂଜା ପାଇଁ ଆସୁଛନ୍ତି। ତମାଳ ଦେବୀଙ୍କ ମ୍ରୃତ୍ୟୁଶଯ୍ୟା ରେ ତାଙ୍କର ଚାରି ପୁତ୍ର ସନ୍ତୋଷ ରଞ୍ଜନ,ମାନସ ରଞ୍ଜନ,ଅଟଳ ଏବଂ ପ୍ରଦ୍ୟୁମ୍ନ ରଞ୍ଜନ ଙ୍କ ସହ ସମସ୍ତ ବୋହୁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କର ଶେଷଇଛା ମୁତାବକ ମର ଶରୀରକୁ ଗ୍ରାମ୍ୟ ଶ୍ମଶାନରେ ସତ୍କାର କରାଯାଇଛି।

Exit mobile version