Home ଓଡ଼ିଶା ଦି ବେଲ୍ ଓମେଁନସ୍ କ୍ଲବ ତରଫରୁ ବେଳା ଭୂମିରେ ରଜ ଉତ୍ସବ ଝୁମର ଆୟୋଜିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଓଡ଼ିଶାର ଏହି ନିଆରା ପରମ୍ପରା ବିଷୟରେ ପର୍ଯ୍ୟଟକଙ୍କୁ ଜଣାଇବା ପାଇଁ ବଣ୍ଟା ହେଲା ଦୁଇ ହଜାର ରଜ ପିଠା ଓ ପାନ ରଜ ଦୋଳି , ପିଠା ଓ ପାନର ମଜା ନେଲେ ପର୍ଯ୍ୟଟକ ୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ଦି ବେଲ୍ ର ୱିମେନସ୍ କ୍ଲବ ତରଫରୁ ପୁରୀ ବେଳା ଭୂମିରେ ଆୟୋଜିତ ହେଇଚି ରଜ ଉତ୍ସବ ୨୦୨୪ “ଝୁମର”ପହିଲି ରଜ ଅବସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରୀ ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଉଦଘାଟନ କରିଥିଲେ।ଦି ବେଲ୍ ର ପ୍ରତିଷ୍ଠାତା ଅଧକ୍ଷ ବେଳା ଭୂମିରେ ଏହି ରଜ ଉତ୍ସବ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହଜି ଯାଉଥିବା ପରମ୍ପରା କୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହିତ ପର୍ଯ୍ୟଟକଙ୍କୁ ଓଡ଼ିଶାର ଏହି ନିଆରା ପର୍ବ ସହିତ ପରିଚିତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। କାର୍ଯ୍ୟ କ୍ରମ କୁ ଲୋକାଭିମୁଖୀ କରିବା ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ରଜ ଦୋଳି ଖେଳ, ଅଳତା ଲଗା, ଲୁଡୁ ପାଲି, ରଜ ସମ୍ପର୍କିତ ପ୍ରଶ୍ନଉତ୍ତର , ମ୍ୟୁଜିକ୍ ଚେୟାର ଇତ୍ୟାଦି ଖେଳ ଆୟୋଜନ କରାଯାଇଥିଲା। ଏହା ଓମେନ୍ସ୍ କ୍ଲବ ଦ୍ଵାରା ପାଖା ପାଖି ଦୁଇହଜାର ବିଭିନ୍ନ ପାରମ୍ପରିକ ପିଠ ଓ ମିଠା ଏବଂ ରଜ ପାନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ପର୍ଯ୍ୟଟଙ୍କୁ ବଣ୍ଟା ଯାଇ ଥିଲା । ପର୍ଯ୍ୟଟ ମାନଙ୍କୁ ରଜ ସମ୍ପର୍କରେ ଇଂରାଜୀ ବଙ୍ଗାଳୀ ଓ ହିନ୍ଦୀ ଭାଷାରେ ବୁଝାଇବା ପାଇଁ ବିଶେଷ ଭଲୁଣ୍ଟର ନିଯୁକ୍ତ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ସହିତ ଏହି ପର୍ଯ୍ୟଟକମାନେ ବେସ ମଜା ନେଇ ଥିଲେ ଏହି ରଜ ଉତ୍ସବର। ଅବସରରେ ସହରେ ପାରମ୍ପରିକ ପିଠା ପ୍ରସ୍ତୁତ କରି ସୁନାମ ଅର୍ଜ୍ଜନ କରିଥିବା ଅନୁଷ୍ଠାନ ମୋ ବୋଉ ପ୍ରୋପାଇଟର ଶ୍ରୀମତୀ ବନପ୍ରୀୟା ନାୟକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦି ବେଲ୍ ଓମେନ୍ସ କ୍ଲବ୍ ସମ୍ପାଦିକା ରାଜଲକ୍ଷ୍ମୀ ଦାସ,ଅର୍ଥ ସମ୍ପାଦିକା ମିନତି ନାୟକ,ଶାନ୍ତିଲତା ପ୍ରଧାନ,କେ ସୁଭାଷିନୀ, ପାର୍ବତୀ ରାଭା, ନରମଦା ମହକୁଡୁ,ଝିଲି ସେଠୀ ,ବନିତା ଦୀକ୍ଷିତ ପ୍ରଭୃତି ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ by Proprietor Abhimanyu Maharana August 13, 2026 ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 13, 2026 ଗୁଜୁରାଟରେ ଅନୁଷ୍ଠିତ ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପାରଳା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭଙ୍କର ସମ୍ମାନୀତ by Proprietor Abhimanyu Maharana August 13, 2026 ଗଜପତିରେ ‘ହର ଘର ତ୍ରିରଙ୍ଗା–୨୦୨୬’ ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ତ୍ରିରଙ୍ଗା ବାଇକ୍ ରାଲି by Proprietor Abhimanyu Maharana August 13, 2026 ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଏଡ୍ସର ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର ମାଧ୍ୟମକୁ ବ୍ୟାପକ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana August 13, 2026 ଗଜପତି ଜିଲ୍ଲା ଆଦିବାସୀ ମହାସଂଘ ଦ୍ଵାରା ବିଶ୍ୱ ସ୍ତରୀୟ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ by Proprietor Abhimanyu Maharana August 13, 2026