ଚଳନ୍ତା  ଯାତ୍ରୀବାହି ଟ୍ରେନରୁ   ଖସି  ଯାତ୍ରୀ ମୃତ

୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଚଳନ୍ତା  ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ।ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ମୃତ ଯୁବକଙ୍କ ବୟସ ୨୮ରୁ ୩୯ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ନିରାକାର ପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତ ଯୁବକର ଶବ୍ଦ କୁ ଜବତ କରି ତଦନ୍ତ କରୁଛି ।

ଘଟଣା ଘଟିଛି   ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଭୂଷଣ୍ଡ ପୁର ରେଳ ଷ୍ଟେସନ ନିକଟରେ ଯୁବକ ଜଣକ  ଭୁବନେଶ୍ୱର  ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ରେ ଭୁବନେଶ୍ୱର ରୁ ବାଲୁଗାଁ ଅଭିମୁଖେ ଆସୁଥିଲେ.. ତେବେ ଅକସ୍ମାତ ଭୂଷଣ୍ଡ ପୁର ଷ୍ଟେସନ ନିକଟରେ ଚଳନ୍ତା  ଟ୍ରେନ ରୁ ଖସିପଡି ପ୍ରାଣ ହରାଇଛନ୍ତି । ଏନେଇ ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି ।

Exit mobile version