ଘାଟି ଓଲଟିଲେ ଭ୍ୟାନ ୨ ମୃତ୍ୟୁ ସହ ଜଣେ ଆହତ

୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :->  ଗଜପତି ଜିଲ୍ଲା ଆର,ଉଦୟଗିରି କାନକଟା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଜଣ ହେଲେ ପାତ୍ରପୁର ବ୍ଳକ ଖାରିଆଗୁଡା ପଞ୍ଚାୟତର ଚାଳକ ସୁଶାନ୍ତ ସାହୁ ଏବଂ କୁରେଶ ବଡତ୍ୟା ବୋଲି ଜଣା ପଡିଛି । ଆହତ ଜଣକ ସେହି ଗ୍ରାମର ପ୍ରମୋଦ କୁମାର ସାହୁ ଅଟନ୍ତି ।

ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରୁ ଏକ ପିକ୍ଆପ ଗାଡିରେ ଆମ୍ବା ବୋଝେଇ କରି ଫେରୁଥିବା ବେଳେ କାନକଟା ଘାଟିରେ ଭାରସାମ୍ୟ ହରାଇ ଗାଡିଟି ଏକ ଗାତ ମଧ୍ୟକୁ ଖସି ପଡି ଥିଲା । ଖବର ପାଇଁ ସ୍ଥାନୀୟ ଜଣ ସାଧାରଣ ଓ ଖାରିଆଗୁଡା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ ସଦଳେବଳେ ପହଞ୍ଚି ଜେସିବି ଦ୍ବାରା ଗାଡି ତଳେ ଚାପହୋଇ ରହିଥିବା ଦୁଇ ଜଣଙ୍କୁ ଉଦ୍ଧାରକରି ଥିବା ଜଣାପଡିଛି । ପୁଲିସ ଦୁହିଁଙ୍କ ମୃତ ଦେହ ଜବତ କରିବ୍ୟବଚ୍ଚେଦ ପାଇଁ ପଠେଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପାଠ ଯାଇଛି ।

Exit mobile version