ବରଘାଟି ବଣୁଆ ହାତୀ ପଲ ଉପଦ୍ରବ ପ୍ରସଙ୍ଗ : ଦନ୍ତା ହାତି କବଳରୁ ଅଳ୍ପକେ ବର୍ତ୍ତିଲେ ପାରାଷ୍ଟାପ

୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ବନବିଭାଗ ରେଞ୍ଜ ଅଧିନସ୍ଥ ବରଘାଟି ଜଙ୍ଗଲରୁ ବଣୁଆ ହାତୀ ପଲ ଗାଁ ମୁହାଁ ହୋଇ ଅଞ୍ଚଳରେ ଆତଙ୍କିତ ମଞ୍ଚାଉଥିଲେ ଅଞ୍ଚଳବାସୀ ଙ୍କ ଅଭିଯୋଗ ପରେ ବନବିଭାଗ ର କର୍ମଚାରୀ ମାନେ ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉକ୍ତ ହାତୀପଲ କୁ ଘୋଡାଇବା ପାଇଁ ମଘାମରା ପତ୍ରାଜଙ୍ଗଲ କୁ ଯାଇଥିଲେ । ୧୨ ଗୋଟି ହାତୀପଲ କୁ ଗାଁ ଲୋକଙ୍କ ସହାୟତାରେ ବନବିଭାଗର କର୍ମଚାରୀମାନେ ଆଜି ସନ୍ଧ୍ୟା ୫ ସମୟରେ ଘୋଉଡାଉଥିବା ସମୟରେ ହାତୀ ପଲ ଭିତରୁ ଏକ ଦନ୍ତାହାତୀ ବାହାରି ଆସି ପାରା ଫରେଷ୍ଟ ଷ୍ଟାଫ୍ ଉତ୍ତମସିଂ (୩୪) ଙ୍କୁ ଦୌଡାଇଥିଲା ।

ଉତ୍ତମ ସିଂ ଭୟଭୀତ ହୋଇ ତଳେ ପଡ଼ିଯାଇଥିଲେ । ଦନ୍ତାହାତୀ ଟି ଶ୍ରୀ ସିଂ ଙ୍କ ଡାହାଣ ଗୋଡ ଜଙ୍ଘ ପାଖରେ ମାଡ଼ି ଦେଇ ଥିଲା । ହାତୀ କୁ ପଛ ପଟୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଶି ଘୋଡାଉଥିବାରୁ ହାତୀ ଟି ମଧ୍ୟ ଭୟରେ ପାରା ଷ୍ଟାଫ୍ ଙ୍କୁ ଛାଡି ଦେଇ ପତ୍ରାଜଙ୍ଗଲ ଭିତରକୁ ପଲାଇ ଯାଇଥିଲା । ସେଠାରେ ଉପସ୍ଥିତ ଥିବା କର୍ମଚାରୀ ମାନଙ୍କ ମଧ୍ୟରୁ ଫରେଷ୍ଟର ଶ୍ରୀ ପରିଡ଼ା ବାବୁ ଶ୍ରୀ ସିଂ ଙ୍କୁ ଉଦ୍ଧାର କରି ଅଫିସ ଗାଡ଼ି ରେ ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନା କୁ ଆଣିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଡ଼ାହାଣ ଗୋଡ ଜଙ୍ଘ ତଳକୁ ଭାଙ୍ଗି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ଆହତ ପାରା ଷ୍ଟାଫ୍ ଶ୍ରୀ ସିଂ ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ରୁ ଶ୍ରୀ ସିଂ ଙ୍କୁ ଉପଯୁକ୍ତ ଚିକିତ୍ସା ସହ ତାଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବୀ ହେଉଛି।

Exit mobile version