ବରଘାଟି ଜଙ୍ଗଲରେ ହାତୀ ପଲ ଅଞ୍ଚଳବାସୀ ଆତଙ୍କିତ

୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ବନବିଭାଗ ରେଞ୍ଜ ଅଧିନସ୍ଥ ବରଘାଟି ଜଙ୍ଗଲରୁ ବଣୁଆ ହାତୀ ପଲ ଗାଁ ମୁହାଁ ହୋଇ ଥିବା ଯୋଗୁଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ବନ ବିଭାଗ ଜାଣିଶୁଣି କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଯୋଗୁଁ ବିଭାଗର କାର୍ଯ୍ୟକାରିତା ଉପରେ ଲୋକେ ପ୍ରଶ୍ନ ଉଠିବା ସହ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସୂଚନା ଅନୁସାରେ ସପ୍ତାହ ପୂର୍ବେ ଦେଓଗାଁ ସଇତଲା ମଝିରେ ଥିବା ଘଞ୍ଜ ଜଙ୍ଗଲ ଭିତରରୁ ୧୨ ଜଣିଆ ବଣୁଆ ହାତୀ ପଲ ମଘାମରା ସ୍ଥିତ କୁରିବାଞ୍ଜି ଜଙ୍ଗଲ କୁ ପଲାଇ ଆସିଥିଲେ। ଗତ ରାତିରେ ଉକ୍ତ ହାତୀପଲ ଟି ଦନ୍ଦରାବାହାଲ ଗାଁ ଭିତର କୁ ପଶିଆସି କଦଳୀ ଗଛ ମାନ ଭାଙ୍ଗିମୁଡି ଖାଇଦେବା ସହ ନାନାଦି ଉପଦ୍ରବ କରିଥିଲେ।

ପୂର୍ବରୁ ଅଞ୍ଚଳବାସୀ ପାଟଣାଗଡ଼ ବନ ବିଭାଗକୁ ଏସଂକ୍ରାନ୍ତରେ ଅବଗତ କରାଇଥିଲେ ମଧ୍ୟ ବିଭାଗ ସେ ଦିଗରେ ତତ୍ପରତା ନେଇ ନଥିବା ଅଭିଯୋଗ ହୋଇଛି। ବର୍ତମାନ ଉକ୍ତ ହାତୀପଲ ଟି ମଘାମରା ଓ ଆମଦର୍ହ ମଝିରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ରହୁଥିବା ବେଳେ ସନ୍ଧ୍ୟାହେଲେ ସେମାନେ କିରିବାଞ୍ଜି ଜଙ୍ଗଲ ଆଖପାଖ ଗାଁ ମାନଙ୍କରେ ପଶି ଉପଦ୍ରବ କରିଥିବା ଅଭିଯୋଗ ହେଉଛି। ବନ ବିଭାଗ ଜାଣିଶୁଣି କୌଣସି ପଦେକ୍ଷପ ନେଉନଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ।ସନ୍ଧ୍ୟା ପୂର୍ବରୁ ଗାଁ ଲୋକେ ଗାଁ ମୁଣ୍ଡ ମାନଙ୍କର ପହରା ଦେଇ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Exit mobile version