ଗାଧୁଆ ତୁଠ (ପାହାଚ )କାମ ନିମ୍ନ ମାନର କାମ ଅଭିଯୋଗ

୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ତେନ୍ତୁଳିମୁଣ୍ଡା ପଞ୍ଚାୟତ ମୁଣ୍ଡୋଦହର ତଳିବନ୍ଦ୍ ଗାଧୁଆ ଘାଟ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଛି। ପାବଚ ତିଆରି ପାବଚ କୁ ପାବଚ ଦୁଇ ଫୁଟ ରୁ ଅଢେଇ ଫୁଟ ଥିବା ବେଳେ ଉଚ୍ଚତା ଦୁଇ ଫୁଟ ରୁ ଅଧିକା ଥିବା ଅଭିଯୋଗ ଆସିଛି । ସରକାର କିଭଳି ଭାବେ ଲୋକେ ପୋଖରୀ ରେ ଠିକ୍ ଭାବରେ ଗାଧେଇ ପାରିବେ ସରକାର ଯୋଜନା କରିଥାନ୍ତି।

ହେଲେ ଏହି ପୋଖରୀରେ କେଉଁ ଯନ୍ତ୍ରୀ ନକ୍ସା ଦେଇଛନ୍ତ ନା ଠିକାଦାର ନିଜ ମନଇଚ୍ଛା କାମ କରୁଛନ୍ତି। କିଭଳି ଭାବରେ ଲୋକେ ପୋଖରୀ ରେ ଓହ୍ଲାଇବେ ଓ ଗାଧେଇଵେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି।କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ନ ତିଆରି କିଭଳି କାମ କରୁଛନ୍ତି ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅର୍ଥ ଆତ୍ମସାତ କରୁଥିବା ମଧ୍ୟ ଅଭିଯୋଗ ହେଉଛି ।

ଏ ସଂପର୍କ ରେ ତେନ୍ତୁଳି ମୁଣ୍ଡା ସରପଞ୍ଚ ଙ୍କ ସ୍ବାମୀ ଙ୍କ ଯୋଗା ଯୋଗ କରିବାରୁ କାମ କୁ ଭାଙ୍ଗି ନୃତନ ଭାବରେ ତିଆରି କରିବା ଏପରିକି ସେହି ଗ୍ରାମ ର ଭୁଲିଆ ବନ୍ଧରେ ମଧ୍ୟ ବର୍ଷ ନ ପୁରୁଣୁ ପାବାଚ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଏପରିକି ନିମ୍ନ ମାନର କାମ କରି ସରକାର ଙ୍କ ରଜକୋଶ ରୁ ଟଙ୍କା ଖର୍ଚ୍ଚ ହୋଇ ଲୋକେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଏଥିପ୍ରତି ଜିଲ୍ଲା ପ୍ରଶସନ ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି।

Exit mobile version