Home ଓଡ଼ିଶା ଝାଡପଡା ରେ ବାଦୀପାଲା ପରିବେଷଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡପଡା ଗ୍ରାମରେ ମା ମଙ୍ଗଳା ପାଲା ପରିଷଦ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ରଜ ମହୋତ୍ସବରେ ପହିଲି ରଜଠାରୁ ୪ଦିନ ଧରି ବାଦୀପାଲା ପରିବେଷଣ କରାଯାଉଛି। ରୌଦ୍ରତାପ ଅନ୍ତେ ପହିଲି ବର୍ଷାସିକ୍ତ ଧରଣୀମାତାଙ୍କୁ ସ୍ବାଗତ ପାଇଁ ନବପଲ୍ଲବିତ ସବୁଜ ବନାନୀ ମଧ୍ୟରେ ବୃକ୍ଷ ଶ୍ରେଷ୍ଠ ବଟ ଓ ଆମ୍ର ବୃକ୍ଷର ସୁଶୀତଳ ଛାୟା,ମନ୍ଦମଳୟ ପ୍ରବାହିତ ଏକ ମନୋରମ ପରିବେଶରେ ମା ମଙ୍ଗଳା ଦେବୀଙ୍କ ପୀଠରେ ଝାଡପଡା ତଥା ନିକଟବର୍ତ୍ତୀ ଗ୍ରାମମାନଙ୍କର ସାହିତ୍ୟାନୁରାଗୀ ସୁଧୀବର୍ଗଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ବାଦୀପାଲା ପରିବେଷଣ ହେଉଉଛି । ଚଳିତବର୍ଷ ଗାୟିକା _ବାଣୀଭାରତୀ ଶାନ୍ତିଲତା ବେହେରା ଜାଗିଆପଡା,କଟକ ଓ ଗାୟିକା ତରଣୀ_ଗୀତାଞଳୀ ସ୍ବାଇଁ ,ବେଗୁନିଆ, ଖୋରଧାଂକ ମଧ୍ୟରେ ଲଢେଇ ପାଲା ପରିବେଷଣ ହେଉଅଛି । ମଞ୍ଚରେ ଉଭୟ ଗାୟିକା ସୁଲଳିତ କଣ୍ଠରେ ବେଦ, ଉପନିଷଦ, ଗୀତା,ଭାଗବତ, ରାମାୟଣ, ମହାଭାରତ ତଥା ପ୍ରସିଦ୍ଧ କବିମାନଙ୍କ କାବ୍ୟ ରଚନାର ଛାନ୍ଦ ଚଉପଦୀ ଚମ୍ପୁ ଚଉତିଶା ଆଦିରୁ ପଦପଂକ୍ତିର ଉପସ୍ଥାପନା ଓ ବ୍ୟାଖ୍ୟା କରାଇ ଦର୍ଶକଙ୍କ ମନୋରଂଜନ କରୁଛନ୍ତି। ଗାୟିକା ଦ୍ବୟଙ୍କ ଅଙ୍ଗ ଭଙ୍ଗୀ, ଉପସ୍ଥାପନ ଶୈଳୀ,ବାଦ୍ଯ ପରିବେଷଣ, ସୁଲଳିତ କଣ୍ଠଶ୍ବର ମଞ୍ଚ ନିକଟରେ ଵସି ରହିଥିବା ସୁଧୀବର୍ଗଙ୍କୁ ବେଶ୍ ଆମୋଦିତ କରିପାରୁଛି । ମା ମଙ୍ଗଳା ପାଲା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ବଳିୟାରସିଂହ, ସଂପାଦକ ଭାସ୍କର ଚନ୍ଦ୍ର ପ୍ରଧାନ ,ଦୁଃଖୀଶ୍ଯାମ ରାଉତ,ବିଜୟ କୁମାର ନାୟକ, ଦଣ୍ଡ ପାଣି ଜେନା, କାଶୀନାଥ ବଳିୟାର ସିଂହ ,ତ୍ରିନାଥ ଜେନା,ସର୍ବେଶ୍ଵର ମାଝୀ, ଭାସ୍କର ଚନ୍ଦ୍ର ପରିଡା ଆଦିଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ଅଂଚଳବାସୀଙ୍କ ମନୋରଞ୍ଜନ ପାଇଁ ସୁବ୍ୟବସ୍ଥା କରାଯାଇଅଛି । ଲୋକକଳା ମାଧ୍ୟମରେ ସୁଧିସମାଜ ପାଇଁ ପରିମାର୍ଜିତ, ପରି ଶୋଭିତ ଓ ଉନ୍ନତ ଜୀବନ ଯାପନ ର ବାର୍ତ୍ତା ପ୍ରଦାନ ହେଉଅଛି । ଚାଷକାର୍ଯ୍ୟର ପ୍ରାରମ୍ଭରେ ରଜପର୍ବକୁ ଉପଭୋଗ ପାଇଁ ବହୁ ସଂଖ୍ୟାରେ କଳା ସାହିତ୍ୟପ୍ରେମୀ ବିଞ ପ୍ରାଞ ବ୍ୟକ୍ତିସମୁହର ସମାବେଶ ହେଉଅଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026