ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ନୀଳକଣ୍ଠ ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବର୍ଦ୍ଧନା ସଭା

୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଶାସନସାହିସ୍ଥିତ ବାସ ଭବନ ପରିସରରେ ସ୍ଵାଧିନତା ସଂଗ୍ରାମୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୧୯ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଶିକ୍ଷାପ୍ରେମୀ ରାଜ କିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଓ ଦିଲୀପ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି,ଶିକ୍ଷାପ୍ରେମୀ କୁଳମଣି ମିଶ୍ର ମୁଖ୍ୟବକ୍ତା,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବୋଲଗଡ ବ୍ଲକ ଯନ୍ତ୍ରୀ ଅମୂଲ୍ୟ ବାହିନୀପତି, ଶିକ୍ଷାପ୍ରେମୀ ଉପେନ୍ଦ୍ର ଦାଶ ଓ ସମାଜସେବୀ ଶିବ ନାରାୟଣ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ସାହୁଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜେଡ଼ି ବ୍ଲକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବେହେରା, ଶିଶିର କୁମାର ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ମହାନ୍ତି,ସମାଜସେବୀ ଶ୍ରୀକାନ୍ତ ବାହିନୀପତି, ମାନସ ରଞ୍ଜନ ଦାଶ, ରଞ୍ଜନ କୁମାର ବେହେରା, ହରିବନ୍ଧୁ ସାହୁ, ଦୀପକ ରଞ୍ଜନ ଦାଶ,ମନ ରଞ୍ଜନ ପଣ୍ଡା, ଶିକ୍ଷକ ବଂଶୀଧର ପାଣିଗ୍ରାହୀ, ମୁରଲୀ ଧର ପଣ୍ଡା ଓ ବାଇଧର ମିଶ୍ରଙ୍କ ସମେତ ବହୁ ଅନୁଷ୍ଠାନ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସର୍ବ ଭାରତୀୟ ସ୍ତରରେ ନିଟ ପରୀକ୍ଷାରେ ୧୦୪୬ ର୍ୟାଡ଼ାକ୍ତରୀ ଜଗଦୀଶ  ମହାପାତ୍ର, ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ମନସ୍ଵିନୀ ସାହୁ, ବୋଲଗଡ ବ୍ଲକ ମାଟ୍ରିକ ପରୀକ୍ଷାରେ ପ୍ରତିଭା ଦଳାଇସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଦଳାଇ,କୃଷି କ୍ଷେତ୍ରରେ ରବୀନ୍ଦ୍ର ଜେନା ଓ ଗଙ୍ଗାଧର ସାହୁ.

Exit mobile version