ଛୟାନବେସାହି ସାଧବ ସମାଜ ପକ୍ଷରୁ  ସମ୍ବର୍ଦ୍ଧନା ଉତ୍ସବ

୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମସ୍ଥିତ ଛୟାନବେ ସାହି ସାଧବ ସମାଜ ଓ  ଜିଲା  ନିଖିଳ ଉତ୍କଳ ତୈଳିକ ମହାସଭା ପକ୍ଷରୁ  ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ  ସଂଗଠନର ସଭାପତି ଉପେନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ନିଖିଳ ଉତ୍କଳ ତୈଳିକ ମହାସଭାର ସାଧାରଣ ସମ୍ପାଦକ ଗୁରୁକିଙ୍କର ଜେଠି ଓ ସଂଗଠନର ମୁଖପାତ୍ର ସାଧବ ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ରାଜନ କୁମାର ସାହୁ, ଛୟାନବେ ସାହି ସାଧବ ସମାଜର କାର୍ଯ୍ୟକାରୀ ସଭାପତି ଇଂ ଦେବାଶିଷ ସାହୁ,

  ସମ୍ପାଦକ ଯୋଗୀନାଥ ସାହୁ, ମୁଖ୍ୟ ଉପଦେଷ୍ଟା ଭିକାରୀ ଚରଣ ସାହୁ ଓ ପୂର୍ବତନ ବିଧାୟକ ହରିହର ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁକୁମାରୀ ସାହୁଙ୍କ ସହିତ ସମସ୍ତ ପେଣ୍ଠର ସଭପତି ସମ୍ପାଦକ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ସଭାର ପ୍ରାରମ୍ଭରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ କର୍ମକର୍ତ୍ତା ମମାନେ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ବେଗୁନିଆ ବିଧାୟକ ଶ୍ରୀ ସାହୁଙ୍କ ଜନ୍ମଭୂମି ହୋଇଥିବା ବେଳେ ଗତ ନିର୍ବାଚନରେ ୪୭ ହଜାର ୮୧୪ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କର୍ମଭୂମିରେ ଦଳ ମତ ନିର୍ବିଶେଷରେ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

Exit mobile version