କଟକ ସଦରଥାନା ଗୋପାଳପୁର ନିକଟସ୍ଥ କାଠଯୋଡ଼ି ନଦୀ ପଠାରେ ବମ ବ୍ଲାଷ୍ଟ ଘଟି ହାବିଲଦାର ମୃତ୍ୟୁ

୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟସ୍ଥ କାଠଯୋଡ଼ି ନଦୀ ପଠାର ଏକ ନିଛାଟିଆ ସ୍ଥାନରେ ଜବତ ବମକୁ ନିଷ୍କ୍ରିୟ କରିବା ସମୟରେ ହଠାତ ଫୁଟି ଯିବାରୁ ବମ ସ୍କାର୍ଡ଼ର ଜଣେ ହାବିଲଦାର ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ହାବିଲଦାରଙ୍କ ନାମ ପ୍ରଦିପ କୁମାର ମଲ୍ଲିକ । ତାଙ୍କ ଘର ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଅଞ୍ଚଳରେ ।ପ୍ରଦିପ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଶୁକ୍ରବାର ଦିନ ୧୧ଟା ସମୟରେ ଜବତ ହୋଇଥିବା କିଛି ବମକୁ ଆଣି ଗୋପାଳପୁର ନିକଟସ୍ଥ କାଠଯୋଡ଼ି ନଦୀର ନିଛାଟିଆ ସ୍ଥାନୀୟ ନିଷ୍କ୍ରିୟ କରିବା ସମୟରେ ହଠାତ ବିଷଫୋରଣ ଘଟିଥିଲା । ଏହି ଖବର ପାଇ ଘଟଣା ସ୍ଥଳର କିଛି ଦୂରରେ ଲୋକଙ୍କ ଭିଡ଼ ଜମିଥିଲା ।ଏଭଳି ଅଭାବନୀୟ ଘଟଣାର ଖବରପାଇ କଟକ ଏଡିସିପି ଅନିଲ ମିଶ୍ର, ଏଡିସିପି ଦେବଦତ୍ତ କର , କଟକ ସଦର ଥାନା ଅତିରିକ୍ତ ଆଇଆଇସି ଆର କେ ସେଠୀ, ଯୋନ-୪- ଏସିପି ଉମାକାନ୍ତ ପ୍ରଧାନ ,ସଦରଥାନା ଏସଆଇ ବିକ୍ରମ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ହାବିଲଦାରକୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

Exit mobile version