ତେଇଶି ବର୍ଷ ପରେ ଚିଲିକା ପାଇଲା ମନ୍ତ୍ରୀ ପଦ

୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ରାଜ୍ୟ ବିଧାନସଭାରେ ଚିଲିକା ନିର୍ବାଚନ ମଣ୍ଡଳୀ ଏକ ପ୍ରମୁଖ ବିଧାନ ସଭା ମଣ୍ଡଳୀ ଭାବେ ପରିଗଣିତ। ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ଠାରୁ ଆରମ୍ଭ କରି ଏଯାବତ ବହୁ ଯୋଗଜନ୍ମା ଏହାର ପ୍ରତିନିଧିତ୍ଵ କରି ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି। ତେବେ ଗତ କଂଗ୍ରେସ ସରକାର ର ପତନ ପରେ ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଦୀର୍ଘ ତେଇଶି ବର୍ଷ ଧରି ମନ୍ତ୍ରୀ ପଦ ଟିଏ ହାତେଇ ପାରି ନ ଥିଲା। ଯାହା ହେଉ ଚଳିତ ବିଧାନସଭା ରେ ଏହି ମାଟିର ଦାୟାଦ ପ୍ରୃଥ୍ଵୀରା ହରିଚନ୍ଦନ ରାଜ୍ୟ କ୍ୟାବିନେଟ ରେ ଏକ ପ୍ରମୁଖ ବିଭାଗ ପାଇବେ ବୋଲି ଚିଲିକା ଵାସୀ ଚାହିଁ ରହିଛନ୍ତି।

ଜଣେ ଉଦୀୟମାନ ଯୁବ ନେତୃତ୍ବ ଭାବେ ଚିଲିକା ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇ ଭାଜପା ରୁ ବିଜୟ ଲାଭ କରି ଥିବା ପ୍ରୃଥ୍ଵୀରାଜ ହରିଚନ୍ଦନ ଛାତ୍ର ଜୀବନ ରୁ ନେତ୍ରୃତ୍ଵ ନେଇ ତାଙ୍କ ର ରାଜନୈତିକ ଜୀବନ ର ପରାକାଷ୍ଠା ଏଯାବତ ପ୍ରମାଣିତ କରି ପାରିଛନ୍ତି। ମହାମହିମ ଛତିଶଗଡ଼ର ରାଜ୍ୟ ପାଳ ବିଶ୍ବଭୂଷଣ ହରିଚନ୍ଦନ ଙ୍କ ସୁପୁତ୍ର ଭାବେ ଏବଂ ସଙ୍ଗ୍ରାମୀ ବିପ୍ଲବୀ ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ପୈ ।

ପୁତ୍ର ଭାବେ ପ୍ରୃଥ୍ଵୀରାଜ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ର ସଭାପତି ଭାବେ ୧୯୮୮ରେ,ନିଖିଳ ଉତ୍କଳ ଛାତ୍ର ଜନତା ଦଳର ସଭାପତି ଭାବେ ୧୯୮୯ରୁ ୧୯୯୩ ଯାଏଁ, ନିଖିଳ ଉତ୍କଳ ଯୁବ ଜନତା ର ସମ୍ପାଦକ ଭାବେ ୧୯୯୩ରୁ ୧୯୯୫ ଯାଏଁ,୧୯୯୫ଠାରୁ ବିଜେପି ର ସକ୍ରିୟ ସଦସ୍ୟ ରହି ରାଜ୍ୟ ବିଜେପି ର ସମ୍ପାଦକ ଭାବେ୨୦୦୪ରୁ ୨୦୦୬,ରାଜ୍ୟ ବିଜେପି ଉପ ସଭାପତି ଭାବେ ୨୦୦୬ରୁ ୨୦୦୯, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭାବେ ୨୦୦୯ ରୁ ୨୦୧୩,ଉପ ସଭାପତି ଭାବେ ୨୦୧୩ ରୁ ୨୦୧୬, ସାଧାରଣ ସମ୍ପାଦକ ଭାବେ ୨୦୧୬ରୁ ୨୦୧୯ ଏବଂ ପରେ ୨୦୧୯ ରୁ ୨୦୨୩ ପର୍ଯ୍ୟନ୍ତ ଏହି ଶୀର୍ଷ ନେତ୍ରୃତ୍ଵ ସୁଚାରୁରୂପେ ସମ୍ପାଦନ କରି ଆସିଛନ୍ତି।

ମା ମାଟି ଚିଲିକା ର ଜନସାଧାରଣ ଙ୍କ ସେବାପାଇଁ ନିର୍ବାଚନ ରାଜନୀତି କୁ ଓହ୍ଲାଇ ସେ ଗତ ୨୦୧୯ ବିଧାନସଭା ନିର୍ବାଚନ ରେ ଭାଜପା ଦଳରୁ ପ୍ରାର୍ଥୀ ହୋଇଥିଲେ ହେଁ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳ ର ପ୍ରତ୍ୟାଶୀ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଠାରୁ ହାରି ଯାଇଥିଲେ। ମାତ୍ର ଇତି ମଧ୍ୟରେ ଦାଦା ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଙ୍କ ଭୋଟ୍ ବ୍ୟାଙ୍କ ସହ ରାଜ୍ୟ ରେ ସତ୍ତା ପରିବର୍ତ୍ତନ ପରିପ୍ରେକ୍ଷୀରେ ଯୁଵ ଭୋଟର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରିଥିବା ସବୁ ବର୍ଗର ଭୋଟର ଙ୍କ ସମର୍ଥନ ପାଇ ତାଙ୍କ ର ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳ ର ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ ଙ୍କୁ ୪୫୭୬ଭୋଟରେ ପରାସ୍ତ କରି ଚଳିତ ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି।

ଜଣେ କ୍ରୀଡା, ସାହିତ୍ୟ, ସଂସ୍କୃତି ଓ ସାହିତ୍ୟ ପ୍ରେମୀ ଭାବେ ସେ ଜାତୀୟ ମାର୍ଶାଲ ଆର୍ଟ ଏବଂ କଲ୍ ଚର୍ ପରିଷଦ ର ସଭାପତି ଭାବେ, ମହାତ୍ମା ଗାନ୍ଧି ଗ୍ରାମ ସ୍ଵରାଜ ଅଭିଯାନ ର ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ଗଳ୍ପ, ଏକାଙ୍କିକା, କବିତା ରଚନା ରେ ସିଦ୍ଧ ହସ୍ତ। ଶିକ୍ଷା ଗତ ଯୋଗ୍ୟତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ବିଜ୍ଞାନ ରେ ସ୍ନାତକୋତ୍ତର ଡିଗ୍ରୀ ସହ ଏମ୍ ବି ଏ ପାଠ୍ୟକ୍ରମ ଶେଷ କରିଥିବା ନବ ନିର୍ବାଚିତ ବିଧାୟକ ପ୍ରୃଥ୍ଵୀରାଜ ହରିଚନ୍ଦନ ଉଭୟ ଶିକ୍ଷା ଓ ରାଜନୀତି ରେ ଧୂରୀଣ। ଚିଲିକା ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ତାଙ୍କର କ୍ୟାବିନେଟ ମନ୍ତ୍ରୀତ୍ଵ କୁ ନେଇ ବହୁତ ଆଶାବାଦୀ ଅଛନ୍ତି।


 

Exit mobile version