ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍‌ ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ୍ ସାର୍ଟିଫିକେଟ ନେଇ ୬୭ଟି ସ୍ଥାନରେ ରେଡ୍‌

୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍‌ ଅଭିଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୬୭ଟି ସ୍ଥାନରେ ରେଡ୍‌? କରୁଛି ସିବିଆଇ । କଳାହାଣ୍ଡି, ନୂଆପଡା, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଏବଂ ଭଦ୍ରକ ସମେତ ଓଡିଶାର ବିଭିନ୍ନ ଜିଲ୍ଲାରେ ଚଢାଉ ହେଉଛି । ଏହି ରେଡ୍‌?ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି ।

ପୋଷ୍ଟାଲ ସର୍ଭିସ୍ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ଥିଲା ।ସୂଚନା ଅନୁସାରେ, ୨୦୨୩ ଜାନୁଆରୀ ୨୭ ତାରିଖରେ ୧୩୮୨ଟି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଅନଲାଇନରେ ଆବେଦନ କରାଯାଇଥିଲା । ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ରହିଥିଲା ।

ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା । ମେଧା ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ସହ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ଆବେଦନକାରୀଙ୍କୁ ଏସଏମଏସ ଓ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତେବେ ସାର୍ଟିଫିକେଟ ଯାଞ୍ଚ ବେଳେ ବିଭିନ୍ନ ପୋଷ୍ଟାଲ ଡିଭିଜନରେ ୬୩ ଜଣ ଆବେଦନକାରୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା ।

Exit mobile version