ନିଟ୍ ପରୀକ୍ଷାରେ ଅନନ୍ୟାଙ୍କ ସଫଳତା

୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ଚଳିତ ବର୍ଷର ନିଟ୍ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ଅନନ୍ୟା ପ୍ରିୟଦର୍ଶନୀ ନାୟକ ସଫଳ ହୋଇଛନ୍ତି । ଜିଲ୍ଲାରେ ସେ ସର୍ବାଧିକ ନମ୍ବର ରଖିଛନ୍ତି । ଅନନ୍ୟା ଏମ୍ ଭି – ୭୯ ଗାଁରୁ ପ୍ରାଥମିକ ଶିକ୍ଷା ହାସଲ ପରେ ମାଲକାନଗିରି ନବୋଦୟ ବିଦ୍ୟାଳୟରୁ ଯୁକ୍ତଦୁଇ ପାସ୍ କରିଛନ୍ତି ।

ନିଟ୍ ପରୀକ୍ଷାରେ ସେ ୭୨୦ ରୁ ୬୯୭ ନମ୍ବର ରଖିଛନ୍ତି । ଏମସ୍ ରେ ଡାକ୍ତରୀ ପଢିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି । ନବୋଦୟରେ ସେ ଦ୍ଵାଦଶ ଶ୍ରେଣୀରେ ଜିଲ୍ଲା ଟପ୍ପର ହୋଇଥିଲେ । ତାଙ୍କ ବାପା ଅଶୋକ କୁମାର ନାୟକ ଜଣେ ଆଇସ୍କୁଲ ଶିକ୍ଷକ ଓ ମା ଗୃହିଣୀ ।

Exit mobile version