୧୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ଥାନା କୋରଡ଼ା ଗ୍ରାମ ର ପଳଉ ସେଠୀ ଙ୍କ ପୁଅ ପପୁ ସେଠୀ (୨୪)ବର୍ଷ ଅଗ୍ନିଶମ କାର୍ଯ୍ୟାଳୟ ର କିଛି ଦୂରରେ ଥିବା ଖେଳ ପଡିଆ ନିକଟରେ ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଲୋକ ଦେଖିବାକୁ ପାଇଥିଲେ । ସୂଚନା ଥାଉକି ପପୁ ସେଠୀ ଭୁବନେଶ୍ୱର ଅଞ୍ଚଳରେ କାମ କରୁଥିଲେ।ସେହି ଅଞ୍ଚଳରେ ଏକ ଝିଅ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏ ବାବଦରେ ପୁଅ ବିବାହ କରିବା ପାଇଁ ଘରେ କହିଥିବା ବେଳେ ଝିଅର ଅନ୍ୟ ଜାତି ହୋଇଥିବାରୁ ବିବାହ କରିବା ପାଇଁ ପୁଅ ର ପରିବାର ରାଜି ନଥିଲେ ।
ଏହି ପରିସ୍ଥିତିରେ ପୁଅ ଭୁବନେଶ୍ୱର ରୁ ଘରକୁ ଫେରୁଥିବା ବେଳେ ଘରକୁ ନଯାଇ ନୂଆଗାଁ ଅଗ୍ନିଶମ କାର୍ଯ୍ୟାଳୟ ପଛ ପଟେ ଥିବା ଖେଳ ପଡିଆ ନିକଟରେ ଥିବା ଏକ ଗଛରେ ଟେଣ୍ଡ କପଡ଼ାରେ ବେକକୁ ଲଗାଇ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଆଜି ସେହି ଗ୍ରାମ ର ଲୋକ ସେହି ବାଟ ଦେଇ ଯିବାବେଳେ ଦେଖିବାକୁ ପାଇଥିଲେ ଏବଂ ପାଖରେ ଏକ ବାଇକ୍, ବ୍ୟାଗ୍ ଥିବା ମଧ୍ୟ ଦେଖିଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚିଥିଲେ । ଏ ନେଇ ପୁଲିସ କୁ ଖବର ଦେବା ପରେ ନୂଆଗାଁ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଚିକିତ୍ସାଳୟ କୁ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରି ୦୬/୨୪ ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଜୟ ନାରାୟଣ ଲେଙ୍କା ସୁଚନା ଦେଇଛନ୍ତି ।
