ପବିତ୍ର ସ୍ନାନ ପୁର୍ଣ୍ଣିମାରେ ହେବ ଭଜନ ସମାରୋହ

୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :->  ନବକଳେବର ରଥ ଚକ ସ୍ଥାପନ କମିଟି , ସଙ୍ଗୀତଧାରା ଏବଂ ଶ୍ରୀସୃଜନର ମିଳିତ ଆନୁକୂଲ୍ୟରେ ଚଳିତ ଜୁନ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କୃତ୍ତି କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରଥ ଚକ ସ୍ଥାପନ କମିଟି ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ଶ୍ରୀସୃଜନ ସମ୍ପାଦିକା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀଙ୍କ ସମେତ ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଲକ୍ଷ୍ମୀଧର ମହାପାତ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ବିଜୟାନନ୍ଦ ମହାପାତ୍ର, ଅଶୋକ ମଲ୍ଲ ଏବଂ ପ୍ରଦୀପ୍ତ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version