୧୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ଗମନାଗମନ ର ମାଧ୍ୟମ ଲାଠୋର ସ୍ଥିତ ହରିଶଙ୍କର ରୋଡ଼ ରେଳ ଷ୍ଟେସନ I ଏଇଠୁ ଦେଶ ତଥା ରାଜ୍ୟ ର ପ୍ରମୁଖ ସହର ମାନଙ୍କୁ ଯୋଡୁ ଥିବା ବେଳେ ଯାତ୍ରୀ ମାନଙ୍କ ପାଇଁ ଅନୁସଙ୍ଗିକ ସୁବିଧା ନାହିଁ I ବିଶେଷ କରି ପି ଇବା ପାଣି ର ସମସ୍ୟା ସବୁ ଦିନି ଆ.. ପ୍ଲାଟଫର୍ମ ରେ ଯାତ୍ରୀ ଙ୍କ ପାନୀୟ ପାଇଁ ଟେପ ସୁବିଧା ଥିବା ବେଳେ ବର୍ଷ ତମାମ ପାଣି ର ଅସୁବିଧା I
ଏପରି କି ଖରା ରେ ମଧ୍ୟ ପାଣି ଆସୁନାହିଁ ଯାହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ର ଦେଖିବା କୁ ମିଳୁଛି.. ଅନେକ ଥର ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶିତ ହେଲା ପରେ ମଧ୍ୟ ରେଳ ବିଭାଗ ଧ୍ୟାନ ଦେଉନାହାନ୍ତି ଯାହା ଫଳ ରେ ଜନ ଅସନ୍ତୋଷ ବଢିବା ରେ ଲାଗୁଚି.. ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପିଇ ବା ପାଣିରେ ସୁବ୍ୟବସ୍ଥା କରିବାକୁ ଜନସାଧାରଣ ଦାବି କରିଛନ୍ତି .

