୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନୁସର ଛକ ଠାରୁ ରେଙ୍ଗାଲି କୁ ପ୍ରାୟ ୬ କିମି ରାସ୍ତା କୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ପ୍ରଶସ୍ତି କରଣ କାମ ଚାଲିଅଛି । ଉକ୍ତ ରାସ୍ତା ରେ ବିଭିନ୍ନ ସ୍ଥାନରେ କଲଭଟ୍ଟ , ଗାଡ଼ୱାଲ ନିର୍ମାଣ , ରାସ୍ତା ପିଚୁ କାମ ଚାଲିଅଛି । ହେଲେ ଉକ୍ତ ରାସ୍ତା ନିର୍ମାଣ କାମ ରେ କଲଭଟ୍ଟ ଓ ଗାର୍ଡ ୱାଲ୍ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି ।
ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ତଦାରଖ ପାଇଁ ଆସି ପୁଟୁକେଲ ଚୁଆଁ ଗାଁ ପୋଖରୀ ପାଖ ନିକଟ କଳଭର୍ଟ ପାଖ ଗାର୍ଡ ୱାଲ୍ ନିମ୍ନ ମାନର ହୋଇଥିବା ଜାଣି ପ୍ରାୟ ୨୦ ମିଟର ଭାଙ୍ଗାଇ ଦେବାସହ ଭଲ କି କାମ କରିବା କୁ ତାଗିଦ୍ କରିଥିବା ଜଣାଯାଇଛି । ଏନେଇ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ଭୋଇ ଙ୍କୁ ପଚାରିବାରୁ କାମ ଭଲ ହୋଇ ନଥିବାରୁ ଭାଙ୍ଗିବା ସହ ଭଲକି ନୂଆକରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଯଦି ଗାର୍ଡ ୱାଲ୍ ନିମ୍ନ ମାନର ହେଉଛି ତେବେ ଅନ୍ୟ କାମ ମଧ୍ଯ ଠିକ୍ ରେ ତଦାରଖ କରିବାକୁ ଦାବୀ ହେଉଛି ।
