ରଣପୁର : ଶାଶୁଙ୍କୁ ଜ୍ବାଇଁ ହତ୍ୟା କରିବା ଘଟଣା

୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ/ରଣପୁର :-> ନୟାଗଡ ଜିଲ୍ଲାରଣପୁର ଥାନାଞ୍ଚଳରେ ଜନୈକ ମହିଳାଙ୍କୁ ତାଙ୍କ ଜ୍ବାଇଁ କୌଣସି କାରଣରୁ ହତ୍ୟା କରିଥିଲେ । ଏସ୍ପି ମଙ୍ଗଳବାର ଘଟଣାର ପୁଙ୍ଖାପୁଙ୍ଖ ତଦନ୍ତ କରି ୩୦ ଦିନ ଭିତରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଏପ୍ସି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁର ନମିତାରାଣୀ ବେହେରାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ।ଏହା ଜଣାପଡିବା ପରେ ତାଙ୍କ ପୁଅ ଶାଶ୍ବତ  ସାମନ୍ତରାୟଙ୍କ ଅଭିଯୋଗକ୍ରମେ ପୋଲିସ ନଂ ୨୧୩/୨୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଏଥିସହିତ ନମିତାରାଣୀଙ୍କ  ସ୍ବାମୀ ତଥା ସିଆରପି ଆରପିଏଫ ଜବାନ ଶରତ ଚନ୍ଦ୍ର ବେହୁରାଙ୍କୁ ଖବର ଦିଆଯାଇଥିଲା । ତେବେ ଶାଶ୍ବତ ଭୁବନେଶ୍ବରରେ ରହୁଥ‌ିବାବେଳେ ତାଙ୍କ ପିତା ଶରତ ନୂଆପଡାରେ ରୁହନ୍ତି । ଡିଏସପିଙ୍କ ନେତୃତ୍ବରେ ୩ ଟିମ୍ ଗଠନ କରାଯାଇ ସାଇଣ୍ଟିଫିକ ଟିମ୍ ସ ଟିମ୍ ସହ ବରିଷ୍ଠ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ।ସେହି ଗାଁର ନମିତାଙ୍କ ସାନ ଜ୍ବାଇଁ ଶରତ କୁମାର ସ୍ବାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଜାଣିପାରିଛି । ଏହି ହତ୍ୟାକାଣ୍ଡ ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ତାଙ୍କୁ ଖୋଜି ବାହାର କରାଯିବ ବୋଲି ରଣପୁର ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି କହିଛନ୍ତି । ଶରତଙ୍କ ଠାରୁ ଏକ ଛୁରୀ ଜବତ କରାଯାଇଛି । ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି । ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହାର ତଦନ୍ତ  କରାଯାଉଛି ବୋଲି ଏପ୍ସି କହିଛନ୍ତି ।

Exit mobile version