
୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଜ/ରଣପୁର :-> ରଣପୁର ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରଣପୁର ଥାନା ଅନ୍ତର୍ଗତ ଗୋଡିମଜା ଗାଁର ଅଭିଯୁକ୍ତ ରବୀନ୍ଦ୍ର ନାୟକକୁ ପୋଲିସ ଗିରଫ କରି କେସ ନଂ ୨୧୪/୨୪ରେ ଏକ ମାମଲା ମଧ୍ୟ ରୁଜୁ କରିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଉକ୍ତ ଥାନା ଅନ୍ତର୍ଗତ ଗୋଡିମଡାର ରବୀନ୍ଦ୍ର ତାଙ୍କ ଘରକୁ ତାଙ୍କ ପିତାଙ୍କ ଚିକିତ୍ସା କରିବାକୁ ଆସିଥିଲେ । ବାପାଙ୍କ ପାଖରେ ଠିଆ ହୋଇଥିବା ତାଙ୍କ ନାବାଳିକା ଝିଅକୁ ସେ ଅସଦାଚରଣ କରିଥିଲେ । ଏଭଳି ଅଭିଯୋଗ ପାଇ ପୋଲିସ ତଦନ୍ତ ଜାରି ରଖୁଥିଲା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍ପିଙ୍କ ନେତୃତ୍ବରେ ୨ଟି ଟିମ୍ କରି ତଦନ୍ତ ପରେ ରବୀନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ରବିଦ୍ରକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ୧୫ ଦିନ ଭିତରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି ।
