ବଡପୋଖରିଆ ଛକ ନିକଟରେ ଓଲଟିଲା ପେଟ୍ରୋଲ କଣ୍ଟେନର : ମଦ୍ୟପ ଚାଳକ ଗୁରୁତର – ମେଡିକାଲ ରେ ଭର୍ତ୍ତୀ

୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ମଦ୍ୟ ପାନ କରି ଗାଦି ଚଳାଇବା  ଚାଳକଙ୍କୁ ପଡିଲା ମହଂଗା।ଫଳରେ ଭରସାମ୍ୟ ହରାଇ  ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ   ଓଲଟିଲା  ପେଟ୍ରୋଲ  କଣ୍ଟେନର। ଚାଳକ ଗୁରୁତର  ମେଡିକାଲ ରେ ଭର୍ତ୍ତୀ।ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ନିରାକାର ପୁର ପୋଲିସ।ଦୁର୍ଘଟଣା ରେ ଗୁରୁତର ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତୀ କରିଛି। ଆଜି ମଧ୍ୟାହ୍ନ ରେ ବାଲୁଗାଁ ରୁ ପେଟ୍ରୋଲ ଖାଲି କରି ଗୋଟିଏ ପେଟ୍ରୋଲ କଣ୍ଟେନର ପାରାଦ୍ୱୀପ ଅଭିମୁଖେ ଯାଉଥିବା ଚାଳକ ଜଣକ ଅତ୍ୟଧିକ ମଦ୍ୟପନ କରିଥିବାରୁ  ଗାଡି ଉପରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ ।

ଫଳରେ  ବଡ଼ ପୋଖରିଆ ଛକ ରେ କଣ୍ଟେନର ଟି ରାସ୍ତା କଡ଼ରେ ଥିବା ଆମ୍ବ ଦୋକାନ କୁ ଧକ୍କା ଦେଇଥିଲା ।ଫଳରେ ଟ୍ରକ ଚାଳକ ଜଣକ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ.. ରାସ୍ତା କଡ଼କୁ କଣ୍ଟେନର ଟି ଓଲଟି ପଡ଼ିଥିଲା ।ଖବର ପାଇ ନିରାକାର ପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଲା । ଏପଟେ କଣ୍ଟେନର ଧକ୍କା ରେ ଆମ୍ବ ଦୋକାନ କଡ଼ରେ ଥିବା ଏକ ଅଟୋ ରିକ୍ସା ଭାଙ୍ଗି ରୁଜି ଚୂରମାର ହୋଇଛି।ପୋଲିସ ଚାଳକ ଙ୍କୁ ଅଟକ ରଖି ତଦନ୍ତ କରୁଛି। ଫଳରେ ରାସ୍ତା ରେ ଗାଡି ଚଳାଚଲ ସ୍ୱାଭାବିକ ହୋଇଛି ।

Exit mobile version