ଦାସିଆ ଅଜାଙ୍କ ସଂଗ୍ରହାଳୟ ପରିଦର୍ଶନ କଲେ ନୟାଗଡ଼ ଏସପି

ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ପାଠାଗାରକୁ ଆଜି ନୟାଗଡ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ୍ ପରିଦର୍ଶନ କରିବା ସହ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧୀ ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ପରିଦର୍ଶନ ସମୟରେ ପୁରାତନ ପୁସ୍ତକ ଓ ଆଧୁନିକ ପତ୍ରପତ୍ରିକା ସମେତ ଶହ ଶହ ତାଳପତ୍ର ପୋଥୀ, ରାଜରାଜୁଡ଼ା, ବ୍ରିଟିଶ୍ ରାଜତ୍ଵ ଶତାଧିକ ରେକର୍ଡ ପତ୍ର ସମେତ ଆଦିମ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ବିଦେଶର ଶହ ଶହ ବିରଳ ଓ ବିଚକ୍ଷଣ ପଦାର୍ଥ ମାନ ସଂଗୃହିତ ରହିଥିବା ଦେଖି ବିସ୍ମିତ ହେଇଥିଲେ।

ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢି ଅଧl ଲଙ୍ଗଲା ବେଶ ହାତରେ ବlଡି ଧରି ବୁଲି ବୁଲି ହାତ ପlତି ବହି ଓ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ଉଦୟପୁର ଠାରେ ୧୯୫୯ ମସିହାରେ ବଞ୍ଚାନିଧୀ ପାଠାଗାର, ୧୯୭୩ ମସିହାରେ ଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ ମସିହାରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ଅତି ସରଳ ଜୀବନୀ ମଧ୍ୟରେ ତାଙ୍କ ସାଧନା ଆଜି ତାଙ୍କୁ ଜନମାନସରେ ଅମର କରିଛି ।

୯୦ବର୍ଷର ଜୀବନ ଏବଂ ୪୦ବର୍ଷର ସାଧନା ଭିତରେ ସେ ଛାଡ଼ିଯାଇଛନ୍ତି ଅନେକ ସନ୍ତକ। ଏସପି ଏସବୁ ଜାଣିବା ପରେ ସ୍ତମ୍ଭିଭୂତ ହେବା ସହ ଦାସିଆ ଅଜାଙ୍କ ନୀତି ଓ ଆଦର୍ଶ ଆଗାମୀ ଦିନରେ ପ୍ରେରଣାର ଉତ୍ସ ବୋଲି କହିଥିଲେ। ପରିଦର୍ଶନ ସମୟରେ ଦାସିଆ ଅଜା ନାତି ତଥା ଅନୁଷ୍ଠାନର ସଂପାଦକ ଦୀପକ ପଟ୍ଟନାୟକ ଏବଂ ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା, ସାମ୍ବାଦିକ ଶିବଦତ୍ତ ପାତ୍ର, ହୃହୟାନନ୍ଦ ଶାସମଲ, ଦିଲ୍ଲୀପ କୁମାର ଜାନୀ, ଧନେଶ୍ଵର ସାହୁ, ବିଶ୍ୱଜିତ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version