ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ସଭା

୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲାର :-> ମେଲିଆ ତୋଟା ଠାରେ, ସି ଆଇ ଟି ୟୁ ସହବନ୍ଧିତ ପାଚିକା/ସହାୟିକା ସଂଘର ଏକ ସାଧାରଣ ବୈଠକ ସଭାପତି ଆଡେବକେଟ୍ ଶରତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସି ଆଇ ଟି ୟୁ ନେତା ରାଧା ରମଣ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ସଂଗଠନ ଆମ୍ପର୍କରେ ଆଲୋଚନା ଓ ପାଚିକା ମାନେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଓ ତାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କ ସହିତ ସଙ୍ଘ ଆଲୋଚନା କରିବାକୁ ସ୍ଥିର ହୋଇ ଥିଲା ।

ସଂଘର ଦାବୀ ଗୁଡ଼ିକ ଉପରେ ଅନେକ ଦିନରୁ ଚାଲିଥିବା ଆନ୍ଦୋଳନ କୁ ଆଗାମୀ ଦିନରେ ଚଳାଇବାକୁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟ ଦାବୀ ଗୁଡ଼ିକ ଭିତରେ ପାଚିକା ସହାୟିକା ମାନଙ୍କୁ ସରକାରୀ ଚାକିରିର ମାନ୍ୟତା,ମାସିକ ଛବିସ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ,ବର୍ଷକୁ ଦଶ ମାସ ବଦଳରେ ବାର ମାସର ପ୍ରାପ୍ୟ ପ୍ରଦାନ, ବର୍ଷକୁ ଦୁଇ ଖଣ୍ଡ ଶାଢ଼ୀ, ଷାଠିଏ ବଦଳରେ ଅବସର ବୟସ ବସାଥି ବର୍ଷ,ରୋଷେଇ ଶାଳରେ ଫାଷ୍ଟ ଏଡ୍ ବ୍ୟବସ୍ଥା,

ସମସ୍ତଙ୍କ ପାଇଁ ବିମା ପ୍ରଭୃତି ଦାବୀ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ପାଇଁ ସଂଗଠନର ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ ଆହ୍ବାନ ଦେଇଥିଲେ ।ଅନ୍ୟମାନଙ୍କ ଭିତରେ ଯୁବ ସଂଗଠନର ନେତା ସୁଶାନ୍ତ ନାୟକ ଓ ବିପିନ ବିହାରୀ ବଜୁ,ଖେତ ମଜଦୂର ନେତା ବିରଞ୍ଚି ନାୟକ ଓ ଶ୍ୟାମ ସୁନ୍ଦର ମୁଦୁଲି ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ସଭାରେ ବ୍ଲକର ସମସ୍ତ ପଞ୍ଚାୟତ   ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପାଚିକା ସହାୟିକା ମନେ ବହୁ ସଂଖ୍ୟାରେ ଯୋଗ ଦେଇଥିବାର ଜଣାପଡିଛି।

Exit mobile version